ଅପରାଧ

ଭାରତୀୟ ସେନାର ଗୁଳିରେ ପାକ୍‌ର ଜଣେ ସେନା ନିହତ

ଜାମ୍ମୁ କାଶ୍ମୀର: ପାକିସ୍ତାନ ତାର ଖଳ ପ୍ରକୃତିରୁ ନିବୃତ ହେବାର ନା ନେଉନାହିଁ ।  ଲଗାତାର  ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ସହ ଆତଙ୍କୀଙ୍କୁ ସୀମାରେ ପୁରେଇବାକୁ ଚେଷ୍ଟା କରିଚାଲିଛି । ଗୁରୁବାର ଦିନ ପାକିସ୍ତାନ ସେନା କୁପଓ୍ୱାଡା ସେକ୍ଟରରେ ଅତର୍କିତ ଗୁଳିବର୍ଷା  କରିଥିଲା । ଏହାର  ପ୍ରତିଆକ୍ରମଣ କରିଥିଲା ଭାରତୀୟ ସେନା । ଏହି ପ୍ରତିଆକ୍ରମଣରେ ପାକ୍‌ର ଜଣେ ସେନା ନିହତ ହୋଇଛନ୍ତି । ସେହିପରି  ପାକ୍‌ର ବହୁ ସୈନିକ  ଗୁରୁତର ହୋଇଛନ୍ତି ।

ପାକିସ୍ତାନ ଦ୍ୱାରା ଲଗାତାର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଥିବା ନେଇ ମକବାଲ, ଆରଏସ୍‌ ପୁରା ଓ କଠୁଆ ବର୍ଡରରେ ବିଏସଏଫର ତିନି ନୂଆ ବାଟାଲିୟନଙ୍କୁ ମୁତୟନ କରାଯାଇଛି । ଏହାବ୍ୟତିତ ଆହୁରି  4/5 ନୂଆ ବାଟାଲିୟନ  ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top