ଦେଶ

କ୍ରେନ୍ ଦୁର୍ଘଟଣା ଘଟି ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ସ୍ଥିତ ହିନ୍ଦୁସ୍ତାନ ସିପିୟାର୍ଡରେ ଏକ ଭୟଙ୍କର କ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜାହାଜରେ ସାମଗ୍ରୀ ଲୋଡିଂ ପାଇଁ କ୍ରେନ୍‌ ସାହାଯ୍ୟରେ ଶ୍ରମିକମାନେ ଉଠାଉଥିବା ବେଳେ କ୍ରେନଟି ହଠାତ୍‌ ଖସିପଡ଼ିଥିଲା। ଫଳରେ ବହୁ ଲୋକ ଏହା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବିଶାଖାପାଟନମ୍ ଜିଲ୍ଲାପାଳ ବିନୟ ଚାନ୍ଦ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ।

ଏନେଇ ମନ୍ତ୍ରୀ ଅବନ୍ତୀ ଶ୍ରୀନିବାସ ସୂଚନା ପାଇବା ପରେ ଦୃଢ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏ ସମ୍ପର୍କରେ ଡିସିପି ସୁରେଶ ବାବୁ କହିଛନ୍ତି ଯେ, ହିନ୍ଦୁସ୍ତାନ ସିପ୍‌ୟାର୍ଡ କମ୍ପାନୀରେ କ୍ରେନ୍‌ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଧନଜୀବନ ହାନିର ସଠିକ୍‌ ଆକଳନ କରାଯାଇପାରିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୋଟ୍ ୧୮ ଜଣ ଶ୍ରମିକ କ୍ରେନ୍ ନିକଟରେ କାମ କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top