X
Breaking News
ନ୍ୟୁଜ୍

ବିପଦ ସଙ୍କେତ ତଳେ ହୀରାକୁଦ ଜଳସ୍ଥର: ବନ୍ଦ୍ ହେଲା ୧୦ଟି ଗେଟ୍‌

hirakud

ସମ୍ୱଲପୁର: ହୀରାକୁଦ୍‌ରେ  ଆଜି ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ତେବେ  ବର୍ତ୍ତମାନ ୧୦ଟି ଗେଟ୍‌ ବନ୍ଦ କରି ଦିଆଯାଇଛି । ଏବେ ଆଉ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍‌  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ଦିନ ୧୨ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୬୨୦.୪୫ ଫୁଟ୍‌ ରହିଥିବାବେଳେ ଏବେ ୧୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ ।

ତେବେ ଗତ ବୁଧବାର ଦିନ 11ଟା30 ରେ ହୀରାକୁଦ ଡ୍ୟାମର ଗୋଟିଏ ଗେଟ୍ ଖୋଲା ଯାଇଥିଲା। ଏହି ଗେଟ୍‌ ଦ୍ୱାରା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ହେଲେ ଉକ୍ତ ଦିନ  ଅପରାହ୍ନ ୨ଟା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା  । ଚଳିତ ଥର ହୀରାକୁଦ ପାଣି ନିଷ୍କାସିତ  ହେବା ଦ୍ୱାରା ବନ୍ୟାର କୌଣସି ଆଶଙ୍କା ଦେଖାଯାଇ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top