X
Breaking News
ନ୍ୟୁଜ୍

କମୁଛି ହୀରାକୁଦ୍‌ ଜଳସ୍ତର, ପର୍ଯ୍ୟାୟକ୍ରମେ ବନ୍ଦ ହେଉଛି ୧୦ଟି ଗେଟ୍‌

hirakud dam

ସମ୍ବଲପୁର: ହୀରାକୁଦ୍‌ରେ ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ତେବେ ୧୦ଟା ୩୦ ପରେ ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍‌ ବନ୍ଦ ହେବା ନେଇ ସୂଚନା  ଦେଇଛନ୍ତି ସମ୍ପଦ ବିଭାଗ । ହୀରାକୁଦ୍‌ର ୨୦ଟି ଗେଟ୍  ଖୋଲା ଯିବା ନେଇ ବିଭିନ୍ନ ସ୍ଥାନରେ ଜଳ ପ୍ରବାହ ରହିଛି  ଯେପରି  ବରମୂଳରେ ଜଳସ୍ତର କମୁଥିବାବେଳେ ପ୍ରବାହିତ ହେଉଛି ୨.୪୨ ଲକ୍ଷ କ୍ୟୁସେକ ଜଳ, ସେହିପରି ବେଲଗାଓଁରେ ଜଳସ୍ଥର କମୁଥିବାବେଳେ ୩୮ ହଜାର ୬୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି  ପଥରଳାରେ ଜଳସ୍ତର ସ୍ଥିର ଥିବାବେଳେ ୧.୨୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ଖଇରମାଳରେ ଜଳସ୍ତର ବଢୁ ଥିବାବେଳେ ପ୍ରବାହିତ ହେଉଛି ୪.୯୬ ଲକ୍ଷ କ୍ୟୁସେକ ଜଳ, ତେବେ ସେହିପରି ମୁଣ୍ଡଳିରେ ମଧ୍ୟ ଜଳସ୍ତର କମୁଥିବାବେଳେ ପ୍ରବାହିତ ହେଉଛି ୪.୫୮ ଲକ୍ଷ କ୍ୟୁସେକ ଜଳ ।

ତେବେ ବନ୍ୟାସ୍ଥିତିକୁ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ୍ତ କୁମାର ଜେନା ଏକ  ପ୍ରସ୍‌ ମିଟ୍‌  କରି କହିଛନ୍ତି ଯେ,  ଜଳସ୍ତର କମିଛି ଯାହାଦ୍ୱାରା ବନ୍ୟା ସ୍ଥିତିରେ ସୁଧାର ମଧ୍ୟ ଆସିଛି ଏଥିସହିତ  ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୋଲି  ପ୍ରଦୀପ୍ତ କୁମାର ଜେନା  ପ୍ରେସ୍‌ମିଟ୍‌ ରେ କହିଛନ୍ତି ।  ଯାହାଦ୍ୱାରା  ରାଜ୍ୟରେ ବଡ ବନ୍ୟା ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ସଚିବ ପ୍ରଦୀପ୍ତ କୁମାର ଜେନା  ପ୍ରସ୍‌ ମିଟ୍‌ରେ ସୂଚନା ନେଇଛନ୍ତି ।

 

 

 

 

 

/

Click to comment

Leave a Reply

Your email address will not be published. Required fields are marked *

Most Popular

To Top