X
Breaking News
ଦେଶ

ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ, ପ୍ରତ୍ୟେକ ନିଷ୍ପତ୍ତିରେ ୧୩୦ କୋଟି ଭାରତୀୟଙ୍କ ପ୍ରେରଣା: ମୋଦି

modi

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ ପାଳିକୁ 100 ଦିନ ପୁରିଛି । ଏହି ଦିନରେ ମୋଦି ସରକାର ଦେଶ ପାଇଁ ସେ କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ଏକ ରିପୋର୍ଟ କାର୍ଡ ପ୍ରଦାନ କରିଛି ବିଜେପି ।

ନିଜ ଦ୍ୱିତୀୟ ପାଳି ସରକାରର 100 ଦିନ ପୂର୍ତ୍ତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ନିଜ ଅଭିଭାଷଣ ନିଜର ସଫଳତା ବଖାଣିଛନ୍ତି । ଏବଂ ତାଙ୍କ ସରକାରର କ’ଣ ସବୁ ଉପଲବ୍ଧି ରହିଛି ସେନେଇ ନିଜ ଭାଷଣରେ ସେ କହିଛନ୍ତି । ଦ୍ୱିତୀୟ ପାଳିର 100 ଦିନର ସଫଳତା କଥା କହିବା ବେଳେ ସେ ତିନୋଟି ଶବ୍ଦର ବ୍ୟବହାର କରି ସବୁ କହି ଦେଇଥିଲେ । ତିନୋଟି ଶବ୍ଦ ହେଲା ବିକାଶ-ବିଶ୍ୱାସ-ବଡ଼ ପରିବର୍ତ୍ତନ

ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଭାଜପା ନେତାଙ୍କ ଉପସ୍ଥିତିରେ ଜନସଭାରେ ସମ୍ବୋଧିତ କରିବା ବେଳେ ମୋଦି କହିଥିଲେ, ସବୁ ଚ୍ୟାଲେଞ୍ଜକୁ ସମ୍ମୁଖରୁ ସାମ୍ନା କରିବା ଆମ ସରକାର ସକ୍ଷମ ।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଚାର ଧାରାକୁ ଆରମ୍ଭ କରାଇବା ସହ ଆମ ସରକାରଙ୍କ ପ୍ରତ୍ୟେକ ବଡ଼ ନିଷ୍ପତ୍ତି ପଛରେ 130 କୋଟି ଭାରତୀୟଙ୍କ ପ୍ରେରଣା ରହିଥିବା କହିଛନ୍ତି ମୋଦି । ଜାମ୍ମୁ ଓ କଶ୍ମୀର ବାବଦରେ କହିବା ବେଳେ ପ୍ରଧାନମନ୍ତ୍ରୀ ବତାଇଥିଲେ ଯେ, ପୁରା ବିଶ୍ୱ ଦେଖୁଛି କିପରି ଭାରତ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରୁଛି । ସଧାରଣରେ ବିକାଶ-ବିଶ୍ୱାସ-ବଡ଼ ପରିବର୍ତ୍ତନ ସାଙ୍ଗକୁ ଏହି 100 ଦିନ ଭିତରେ ପ୍ରତିଶ୍ରୁତି ବଦ୍ଧତା ସଠିକ୍‌ ନିଷ୍ପତ୍ତି ଏବଂ ଭଲ ମନଭାବର ଉଦାହରଣ ପ୍ରସ୍ତୁତ କରାଯାଇଥିବା ମୋଦି କହିଛନ୍ତି ।

ଆତଙ୍କବାଦ ବିରୋଧରେ ହେଉ କିମ୍ବା ମୁସଲମାନ ମହିଳାଙ୍କ ଅଧିକାରର ସୁରକ୍ଷାରେ ହେଉ 100 ଦିନ ଭିତରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଇନ ପାସ୍‌ କରାଇଥିବା କହି ନିଜ ସଫଳତା ବଖାଣିଛନ୍ତି ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଫଳତାର ଏହା କେବଳ ଆରମ୍ଭ ମାତ୍ର । ଆଗାମୀ ଦିନରେ ଜନସାଧାରଣ ଆହୁରି ଅନେକ ସଫଳତାକୁ ଆସ୍ୱାଦନ କରିପାରିବେ । କେନ୍ଦ୍ର ହେଉ କିମ୍ବା ରାଜ୍ୟ ଭାଜପା ସରକାରର ମୂଳ ଲକ୍ଷ ରହିଛି ଗରିବଙ୍କ କଲ୍ୟାଣ । ଆମେ ଗୋଟିଏ ଦିଗରେ କାମ ନକରି ସମନ୍ୱିତ ବିକାଶ ଦିଗରେ ଯତ୍ନବାନ୍‌ ରହିଛୁ । ସରକାରଙ୍କ ପକ୍ଷରୁ ଚଳାଯାଉଥିବା ସ୍ୱଚ୍ଛ ଭାରତ, ଯୋଗ, ଉଜ୍ଜଳା, ଫିଟ୍‌ ଇଣ୍ଡିଆ ଏବଂ ଆୟୁର୍ବେଦ ଭଳି ଯୋଜନା ଦେଶକୁ ବ୍ୟାଧିରୁ ମୁକ୍ତ କରିବାକୁ ଯାଉଛି ।

2024 ସୁଦ୍ଧା ପ୍ରତିଘରକୁ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଯିବାର ଯେଉଁ ଶପଥ ନିଆଯାଇଛି ତାହା ନିଶ୍ଚିତ ପୂରଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ 3.50 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ସରକାର ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନା ଅଧିନରେ 7 କୋଟି ଚାଷୀଙ୍କୁ 21 ହଜାରରୁ ଅଧିକ ଟଙ୍କା ଦିଆଯାଇ ସାରିଛି ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top