ଅପରାଧ

୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ଏକ କ୍ୱିଣ୍ଟାଲ ଗଞ୍ଜେଇ ସହ ଗୋଟିଏ କାର, ତିନୋଟି ମୋବାଇଲ ସହିତ ଦୁଇ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ ।

ଗିରଫ ଦୁଇ ଜଣ ହେଲେ ତାଳଚେର ଥାନା ଅନ୍ତର୍ଗତ କୁକୁଦଳା ଗ୍ରାମର ଜିତେନ୍ଦ୍ର ସେଠୀ ଓ ଗଞ୍ଜାମ ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବୁମ ଗ୍ରାମର ପ୍ରକାଶ ମାଝୀ । ଗଜପତିରୁ ଅନୁଗୁଳ ଅଭିମୁଖେ ଏକ ଇଣ୍ଡିଗୋ କାର ନମ୍ବର(OD 35A 2704) ଯୋଗେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଖଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ମିଳିତ ଭାବେ ଗାଡ଼ିଟିକୁ ଧରିବାରେ ସଫଳ ହୋଇଥିଲେ । ତେବେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top