ରାଜ୍ୟ

ସପ୍ତାହକୁ ଦୁଇ ଦିନ ୧୧ ଜିଲ୍ଲା ସଟ୍‌ ଡାଉନ୍‌: ଅସିତ ତ୍ରିପାଠୀ

ଭୁବନେଶ୍ୱର: ସାରା ଦେଶରେ ଆଜିଠୁ ଲାଗୁ ହୋଇଛି ଅନ୍‌ଲକ-1 । କେନ୍ଦ୍ର ସରକାର ଏନେଇ ଘୋଷଣା କରିସାରିଥିବା ବେଳେ ରାଜ୍ୟ ସରକାରମାନେ ନିଜ ରାଜ୍ୟ ସ୍ଥିତିକୁ ଦେଖି ଏଥିରେ କିଛି ପରିବର୍ତ୍ତନ କରୁଛନ୍ତି । ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ ଡାଉନ ବଳବତ୍ତର ରଖିବାକୁ ନିଷ୍ପତ୍ତି ହୋଇଛି  । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏହାସହ ୧୧ଜିଲ୍ଲା ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗିରରେ ଦୁଇ ଦିନିଆ ସଟଡାଉନ ଜାରି ହେବ । ପ୍ରତି ଶନିବାର ଓ ରବିବାର ଏହି୧୧ ଜିଲ୍ଲା ସଟଡାଉନ କରିବାକୁ ଘୋଷଣା କରାଯାଇଛି । ସଟଡାଉନ ବେଳେ ଦୋକାନ ଓ ଅଫିସ ବନ୍ଦ ରହିବ କିନ୍ତୁ ଜରୁରୀ ସେବା ଜାରି ରହିବ ।

ଏହାସହ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ବହୁ ଗୁରୁତ୍ୱପୂଣ୍ଣ ତଥ୍ୟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଜୁନ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ । କରୋନା ସଂକ୍ରମଣ ସାଧାରଣତଃ ଟ୍ରାଭେଲରମାନଙ୍କ ପାଇଁ ହେଉଛି । ସଂକ୍ରମଣ ରୋକିବା ପାଇଁ  ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ଗତକାଲି ସୁଦ୍ଧା ରାଜ୍ୟକୁ ମୋଟ ୪,୨୬, ୫୦୪ ପ୍ରବାସୀ ଆସିଛନ୍ତି । ଯେତେ ଅଧିକ ପ୍ରବାସୀ ଆସିବେ ପଜିଟିଭ ସଂଖ୍ୟା ସେତେ ବଢିବ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

ବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରାଯିବ । ମାସ୍କ ନପିନ୍ଧିଲେ ଓ ଛେପ ପକାଇଲେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ । ପ୍ରଥମ ଥର ପାଇଁ ଧରାପଡ଼ିଲେ ୫୦୦ଟଙ୍କା ଜରିମାନା, ସେହିପରି ଦ୍ୱିତୀୟଥର ୫୦୦ କିନ୍ତୁ ତୃତୀୟଥର ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ । ରାଜ୍ୟରେ ୩୦ଜୁନ୍ ଯାଏ ସପିଂ ମଲ୍ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ୩୦ଜୁନ୍ ଯାଏ ସିନେମା ହଲ୍, ଜିମ୍ ଓ ସୁଇମିଂ ପୁଲ୍ ଖୋଲିବନି । ୩୧ଜୁଲାଇ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ୩୦ ପ୍ରତିଶତ କ୍ଷମତା ନେଇ ଖୋଲିପାରିବ ହୋଟେଲ । କୌଣସି ପ୍ରକାରର ସଭା ସମିତି କରିହେବ ନାହିଁ । ସଙ୍ଗରୋଧ କେନ୍ଦ୍ରରେ ୨ଲକ୍ଷ ୪୯ହଜାର ୭୬୯ ଲୋକ ଅଛନ୍ତି । ରାଜ୍ୟର ୯୫ପ୍ରତିଶତ କରୋନା ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top