X
Breaking News
ମନୋରଞ୍ଜନ

ଐଶଙ୍କୁ କାହିଁକି କଲେ ଜୀବନସାଥୀ ? ବିବାହର ୧୧ ବର୍ଷ ପରେ ଖୁଲାସା କଲେ ଅଭିଷେକ୍‌

abhishek-aishwarya

ଅଭିଷେକ ଏବଂ ଐଶଙ୍କ ବିବାହକୁ ପୁରିଛି ୧୧ ବର୍ଷ । ୨୦୦୭ ଏପ୍ରିଲ୍‌ ୨୦ରେ ପରସ୍ପର ହାତ ଧରିଥିଲେ ଏହି ସେଲିବ୍ରିଟି ଯୋଡି  । ଉଭୟକୁ ବଲିଉଡର ଅାଇଡିଅଲ୍‌ ଯୋଡି ମଧ୍ୟ କୁହାଯାଏ  । ତେବେ କାହିଁକି ନୀଳନୟନାଙ୍କୁ ନିଜ ଜୀବନସାଥୀ ଭାବେ ବାଛିଲେ ଜୁନିୟର୍‌ ବଚ୍ଚନ ।  ବିବାହର ୧୧ବର୍ଷ ପରେ ଏହାର ଖୁଲାସା କରିଛନ୍ତି ଅଭିଷେକ ।  ଏକ ସାକ୍ଷାତକାରରେ ଅଭିଷେକ କହିଛନ୍ତି ଐଶର୍ଯ୍ୟା କେବଳ ସୁନ୍ଦର ଏବଂ ଜଣେ ସଫଳ ବ୍ୟକ୍ତିତ୍ୱ ନୁହଁନ୍ତି ବରଂ ଜଣେ ସୁନ୍ଦର ମଣିଷ । ତେଣୁ ତାଙ୍କୁ ବିବାହ କରିଥିଲି । ନ୍ୟୁୟର୍କରେ ଫିଲ୍ମ ‘ଗୁରୁ’ର ସୁଟିଂ ସେଟରେ ଐାଶର୍ଯ୍ୟାଙ୍କୁ ପ୍ରେମ ନିବେଦନ କରିଥିଲେ ବୋଲି ମଧ୍ୟ କହିଛନ୍ତି ଅଭିଷେକ ।

ତେବେ ଐଶର୍ଯ୍ୟା ରାୟ ଏବଂ ଅଭିଷେକଙ୍କ ମଧ୍ୟରେ ପ୍ରେମ ୨୦୦୭ରୁ ନୁହଁ ବରଂ ବହୁ ଆଗରୁ ଆରମ୍ଭ ହୋଇଯାଇଥିଲା । ଏହି ହଟ୍‌ ଯୋଡ଼ି ଦର୍ଶକମାନଙ୍କୁ ବହୁ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି । ମୋଟ୍‌ ୭ ଟି ଫିଲ୍ମରେ ଉଭୟ ଲିଡ ରୋଲରେ କାମ କରିଥିଲେ  ।  କିନ୍ତୁ ୫ଟି ସିନେମାରେ ତାଙ୍କ ଭିତରେ ଥିବା ପ୍ରେମ ସ୍ପଷ୍ଟ ଜଣାପଡିଛି ।

ଆସନ୍ତୁ ଏହି ୫ଟି ଫିଲ୍ମ ବିଷୟରେ ଜାଣିବା…
ଢାଇ ଅକ୍ସର ପ୍ରେମ କି
ରୋମାଣ୍ଟିକ ଏବଂ ଡ୍ରାମା ଏହି ଫିଲ୍ମରେ ଐଶର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ି ପ୍ରଥମେ ଦର୍ଶକ ଦେଖିଥିଲେ । ଏହି ଫିଲ୍ମ ୧୯୯୫ରେ ଆସିଥିବା ହଲିଉଡ ଫିଲ୍ମ ‘ଏ ୱାକ୍ ଇନ ଦ କ୍ଲାଡଡ୍ସ’ର ରିମେକ୍ । ଢାଇ ଅକ୍ସର ପ୍ରେମ କି ୨୦୦୦ରେ ପରଦାକୁ ଆସିଥିଲା । ଏଥିରେ ସଲମାନ୍ ଖାନ ସ୍ପେସାଲ ସିନରେ ନଜର ଆସିଥିଲେ ।

କୁଚ୍ଛ ନା କହୋ
ରୋହନ ସିପ୍ପି ନର୍ଦ୍ଦେଶିତ ଏହି ପିଲ୍ମର ଗୀତ ଗୁଡ଼ିକ ବେଶ ଲୋକପ୍ରିୟତା ପାଇଥିଲା । ପୂର୍ବ ଫିଲ୍ମ ରିଲିଜ ହେବାର ଠିକ ୩ ବର୍ଷ ପରେ ୨୦୦୩ରେ କୁଚ୍ଛ ନା କହୋ ପରଦାକୁ ଆସିଥିଲା ।

ଉମରାଓ ଜାନ(୨୦୦୬)
୧୯୮୧ର ରେଖାଙ୍କ ଅଭିନୀତ ସୁପର ହିଟ ପିଲ୍ମ ଉମରାଓ ଜାନର ରିମେକ ଜେପି ଦତ୍ତା ତିଆରି କଲେ । ଫିଲ୍ମରେ ଅଭିଷେକ ଏବଂ ଐଶର୍ଯ୍ୟାଙ୍କ ସମେତ ସୁନିଲ ସେଟ୍ଟି, ଦିବ୍ୟା ଦତ୍ତା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର ସୁଟିଂ ସମୟରେ ଅଭିଷେକ ଏବଂ ଐଶର୍ଯ୍ୟା ଡେଟରେ ରହୁଥିବା ଚର୍ଚ୍ଚା ହୋଇଥିଲା । ତାଙ୍କ ପ୍ରେମର ଆରମ୍ଭ ଏହି ଫିଲ୍ମରୁ ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ଗୁରୁ
ମଣିରତ୍ନମ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ କଳାକାର ଥିଲେ ଅଭିଷେକ ବଚ୍ଚନ, ଐଶର୍ଯ୍ୟା ରାୟ, ମିଥୁନ ଚକ୍ରବର୍ତ୍ତି, ବିଦ୍ୟା ବଲାନ ଏବଂ ମାଧବନ । ଫିଲ୍ମରେ ମଲ୍ଲୀକା ଅତିଥି ଭୂମିକାରେ ନଜର ଆସିଥିଲେ । ହିନ୍ଦୀ ସହ ଏହାକୁ ତାମିଲି ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ କରାଯାଇଥିଲାଏବଂ ଏହା ସୁପରହିଟ ସାବ୍ୟସ୍ତ ହୋଇଥିଲା ।

ରାବଣ

ମଣିରତ୍ନମଙ୍କ ଆଉ ଏକ ଫିଲ୍ମରେ ‘ରାବଣ’ରେ ନଜର ଆସିଥିଲେ ଅଭିଷେକ ଏବଂ ଐଶର୍ଯ୍ୟା । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଏ ଆର ରହମାନଙ୍କ ଦ୍ୱାରା ଦିଆଯାଇଥିଲା । ଆଉ ଏହି ଗୀତ ଗୁଡ଼ିକୁ ଗୁଲଜର ଲେଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top