ଜୀବନ ମନ୍ତ୍ର

ଦୈନିକ କିସ୍‌ମିସ୍‌ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହିସବୁ ଫାଇଦା

raisin
courtesy: nuts.com

ଭୁବନେଶ୍ୱର: ଡ୍ରାଏଫ୍ରୁଟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଏହା ମଧ୍ୟ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ । ସାଧାରଣତଃ ଡାକ୍ତରମାନେ କିସମିସ୍ ଭିଜାଇ ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ କିସମିସରେ ଆଇରନ୍, ପୋଟାସିୟମ, ମ୍ୟାଗ୍ନେସିଅମ୍ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ଏହାବ୍ୟତୀତ କିସମିସ୍ ଖାଇବା ଯୋଗୁଁ ମଧ୍ୟ ଆମ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ବିଶେଷ ସହାୟକ ହୋଇଥାଏ। ଆଉ ଯଦି ଆପଣ ଥଣ୍ଡାଦିନରେ ଭିଜାଯାଇଥିବା କିସମିସ୍ ଖାଆନ୍ତି ତ, ତେବେ ଏହା ଆପଣଙ୍କ ଶରୀରକୁ ତାହାର ଦୁଇଗୁଣା ଫାଇଦା ଦେବ। ଏବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ?

raisin

courtesy: www.naturalfoodseries.com

-ଉଭୟ ହାଇ ଓ ଲୋ ବ୍ଲଡପ୍ରେସର(ଉଚ୍ଚ ଓ ନିମ୍ନ ରକ୍ତଚାପ)ଲାଗି ଅତ୍ୟନ୍ତ ଲାଭକାରୀ ଅଟେ କିସମିସ୍। ଯଦି ଆପଣଙ୍କର ବିପି ଅର୍ଥାତ୍ ବ୍ଲଡପ୍ରେସର ଉଚ୍ଚ ବା ନିମ୍ନ ରହୁଥାଏ,ତେବେ ଆପଣଙ୍କ ଲାଗି ଏହା ବିଶେଷ ଫଳପ୍ରଦ ଅଟେ। କାରଣ କିସମିସରେ ପୋଟାସିଅମର ମାତ୍ରା ଅଧିକ ରହିଥିବା କାରଣକୁ ଏନେଇ ଏହା ଶରୀରରେ ଲବଣର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ।

– ହଜମକ୍ରିୟାରେ ସହାୟତା କରିଥାଏ କିସମିସ। କିସମିସ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂରେଇବା ସହିତ ହଜମକ୍ରିୟା ସୁରୁଖୁରୁରେ ହୋଇଥାଏ।

– ହାଡ଼କୁ ମଜ୍‌ଭୁତ୍‌ ରଖିଥାଏ କିସମିସ । ସାଧାରଣତଃ ଭିଜା କିସମିସ ଖାଇବା ଯୋଗୁଁ ହାଡ଼ ଶକ୍ତ ହୋଇଥାଏ।

– ଭିଟାମିନ୍-ଏ ଏବଂ ବିଟା କୈରୋଟିନ୍ରେ ଭରପୂର ହୋଇଥିବା କିସମିସ ସେବନ ଯୋଗୁଁ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇଥାଏ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top