ନ୍ୟୁଜ୍

ପୁଣି ଛିଡ଼ିଲା ତାର, ୧୩୨କେଭି ତାର ଛିଡ଼ିବାରୁ ଯାତାୟତ ଠପ୍‌

Electric Fire

ଝାରସୁଗୁଡ଼ା:  ପୁଣି ଛିଡ଼ିଲା ତାର । ରାସ୍ତା ଉପରେ ବିଦ୍ୟୁତ୍ ତାର ପଡ଼ିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।  ଝାରସୁଗୁଡ଼ା ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବିଟିଏମ୍ ଛକ ନିକଟରେ ଆଜି ଏକ ୧୩୨କେଭି ତାର ଛିଡିପଡ଼ିଛି । ହେଲେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି । ସେପଟେ ରାସ୍ତାରେ ତାର ଛିଡ଼ି ପଡ଼ିଥିଲେ ବି ବିଦ୍ୟୁତ୍ କର୍ମଚାରୀଙ୍କ ଦେଖାନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏପରି ଘଟଣା ବାରମ୍ବାର ଘଟି ଧନଜୀବନ ହାନୀ ହେଉଥିବା ସତ୍ତ୍ୱେ ତ୍ରୁଟି ସୁଧାରିବାକୁ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଉନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top