ନ୍ୟୁଜ୍

ଆଜି ରାଜ୍ୟରେ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ମାଡି ଚାଲିଛି ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ମଧ୍ୟ ରାଜ୍ୟରେ ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଂଗରୋଦ କେନ୍ଦ୍ରରୁ ୮୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୨୨ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି । ତେବେ ଏହାକୁ ମିସାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୧୮କୁ ବୃଦ୍ଧି ପାଇଛି ।

ତେବେ ଚିହ୍ନଟ ହୋଇଥିବା ୧୩୩୭ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଜିଲ୍ଲାରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୬ ଏବଂ କଟକରୁ ୧୬୮ ନୂଆ କରୋନା ରୋଗୀ ଠାବ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୪, ବାଲେଶ୍ୱରରୁ ୩୧, ବରଗଡରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୩, କନ୍ଧାମାଳରୁ ୨୦, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୮୦, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୂରଭଂଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡରୁ ୬୦, ପୁରୀରୁ ୭୩, ରାୟଗଡାରୁ ୨୨, ସମ୍ବଲପୁରରୁ ୭୨, ସାଲେପୁରରୁ ୩ ଏବଂ ସୁନ୍ଦରଗଡରୁ ୮୩ ଜଣ ନୂା କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top