ନ୍ୟୁଜ୍

ବୁର୍ଲା ସହରରେ ପୁଣି ଲାଗୁ ହେଲା 3 ଦିନିଆ 144 ଧାରା

ସମ୍ବଲପୁର : ବର୍ଦ୍ଧିତ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ବୁର୍ଲା ସହରରେ ପୁଣି ଲାଗୁ ହେଲା 3 ଦିନିଆ 144 ଧାରା । ଆଜିଠୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । ସହରର 12ଟି ପ୍ରମୁଖ ଅଞ୍ଚଳରେ ଏହି 144 ଧାରା ଜାରି ରହିବ । ବୁର୍ଲା ସହରରେ ଗୋଷ୍ଠୀ ସଂକ୍ରମଣ ବଢି ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ଏହି 12ଟି ସ୍ଥାନ- ପିସି ବ୍ରିଜ ଛକରୁ ଆରମ୍ଭ କରି ଭିସୁଟ ଅଞ୍ଚଳ, ଫାଣ୍ଡି ଛକ, ଗୋପବନ୍ଧୁ ଛକ, ବୋର୍ଡ କଲୋନୀ, ତେଲଗୁ ପଡା, ଗୁରୁଦ୍ୱାରା କଲୋନୀ, କଣ୍ଟ୍ରାକ୍ଟର କଲୋନୀ, ଗାନ୍ଧୀ ପଡା, ଭକ୍ତିମଣ୍ଡପ, 1R କଲୋନୀ, ବସନ୍ତ ବିହାର, ପାଣି ଟାଙ୍କି ପଡା ଆଦି ଅଞ୍ଚଳରେ ତିନି ଦିନ ପର୍ଯ୍ୟନ୍ତ 144 ଧାରା ଜାରି ରହିବ । ପୂର୍ବରୁ ଗତ 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ସହରର ଏହି ସବୁ ଅଞ୍ଚଳରେ 144 ଧାରା କରାଯାଇଥିଲା । ଏହା ପରେ ଗତ 9 ତାରିଖରୁ 10 ତାରିଖ ଯାଏଁ ବୁର୍ଲା ସହରର 5ଟି ୱାର୍ଡକୁ ସଟଡାଉନ ଘୋଷଣା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top