ନ୍ୟୁଜ୍

ରାଜ୍ୟରେ ଆଜି ଆଉ 1499 କରୋନା ପଜିଟିଭ୍ ଚିହ୍ନଟ

corona-

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ଆଉ 1499 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 914 କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ 585 ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି 29 ଜିଲ୍ଲାରୁ 1499 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନଗୁଳରୁ 25, ବାଲେଶ୍ଵରରୁ 37, ବରଗଡ଼ରୁ 10, ଭଦ୍ରକରୁ 1, ବଲାଙ୍ଗିରରୁ 19, କଟକରୁ 28, ଦେବଗଡ଼ରୁ 2, ଢେଙ୍କାନାଳରୁ 92, ଗଜପତିରୁ 97, ଗଞ୍ଜାମରୁ 368, ଜଗତସିଂହପୁରରୁ 15, ଯାଜପୁରରୁ 19, ଝାରସୁଗୁଡ଼ାରୁ 7, କଳାହାଣ୍ଡିରୁ 44, କନ୍ଧମାଳରୁ 50, କେନ୍ଦ୍ରାପଡ଼ା 14, କେଉଁଝରରୁ 16, ଖୋର୍ଦ୍ଧା 214, କୋରାପୁଟରୁ 81, ମାଲକାନାଗିରିରୁ 26, ମୟୁରଭଞ୍ଜରୁ 13, ନବରଙ୍ଗପୁରରୁ 33, ନୟାଗଡ଼ରୁ 67, ନୂଆପଡ଼ାରୁ 9, ପୁରୀରୁ 36, ରାୟଗଡ଼ାରୁ 40, ସମ୍ବଲପୁରରୁ 56, ସୋନପୁରରୁ 5, ସୁନ୍ଦରଗଡ଼ରୁ 75।

ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 31877ରେ ପହଞ୍ଚି ଥିବା ବେଳେ 19745 ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ୍ 11918 ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top