ଦେଶ

ସାଉଦି ରାଜ ପରିବାରରୁ 150 ସଦସ୍ୟ କୋରୋନା ଆକ୍ରାନ୍ତ

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ କାୟା ବିସ୍ତାର କରିବାରେ ଲାଗିଛି। ଏହି କ୍ରମରେ ସାଉଦି ଆରବ ରାଜ ପରିବାରର 150 ଜଣ ସଦସ୍ୟ ଏହି ମହାମାରୀ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏଠାକାର ରାଜ ପରିବାରର ପ୍ରାୟ 15 ହଜାର ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସଦସ୍ୟ ନିୟମିତ ଭାବରେ ୟୁରୋପୀୟ ଦେଶଗୁଡ଼ିକୁ ଭ୍ରମଣ କରିବାକୁ ଯାଆନ୍ତି। ଫଳରେ ଏହାଦ୍ଵାରା ସେମାନେ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସାଉଦି ରାଜା ସଲମାନ ଏବଂ ଯୁବରାଜ ମହମ୍ମଦ ବିନ୍ ସଲମାନ୍ ସେଲ୍ଫ ଆଇସୋଲେଶନରେ ଅଛନ୍ତି।

ସାଉଦି ରାଜ ପରିବାରର ଆକ୍ରାନ୍ତଙ୍କ ପାଇଁ ରାଜଧାନୀ ରିୟାଦ୍ ସ୍ଥିତ ଜିଙ୍ଗ ଫୈସଲ ହସ୍ପିଟାଲରେ 500 ଶଯ୍ୟା ବିଶିଷ୍ଟ ଏକ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି। ଏହି ୱାର୍ଡରେ ଅନେକ ଭିଆଇପି ଚିକିତ୍ସିତ ହେବାକୁ ଆସିବେ ବୋଲି ହସ୍ପିଟାଲର ଡାକ୍ତରମାନଙ୍କୁ ସତର୍କ କରାଯାଇଛି। ଯଦି ଚିକିତ୍ସା ବେଳେ କୌଣସି ଡାକ୍ତରୀ କର୍ମଚାରୀ କୋରୋନା ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କୁ ସେହି ୱାର୍ଡରେ ଚିକିତ୍ସା କରାଯିବ ନାହିଁ। ସେମାନଙ୍କ ପାଇଁ ଅନ୍ୟତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଇଛି।

ସାଉଦି ଆରବର ଜନସଂଖ୍ୟା 33 ନିୟୁତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ 2932 ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 41 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ସାଉଦି ସରକାର ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ସେବା ବନ୍ଦ ରଖିଛନ୍ତି। ଏପରିକି ବାର୍ଷିକ ହଜ୍ ଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି। ମକ୍କା ମଦିନାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଆସିବ ଉପରେ ପ୍ରତିବନ୍ଧକ ଲାଗିଛି। ଏତଦ୍ ବ୍ୟତିତ ସେଠାରେ ରାଜଧାନୀ ସମେତ ଅଣେକ ସହରରେ ଲକଡାଉନ କଟକଣା ଲାଗୁ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top