ନ୍ୟୁଜ୍

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୮ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୨୯୧କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୯, ଖୋର୍ଦ୍ଧାରୁ ୨୩, ଗଜପତିରୁ ୨୩, ପୁରୀରୁ ୧୯, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୮, ବାଲେଶ୍ୱରରୁ ୭, ଭଦ୍ରକରୁ ୫, ରାୟଗଡ଼ାରୁ ୫, ମାଲକାନଗିରିରୁ ୪, କେନ୍ଦ୍ରାପଡ଼ାରୁ ୪, ଜଗତସିଂହପୁରରୁ ୪, ସୋନପୁରରୁ ୪, ଅନୁଗୁଳରୁ ୩, ଢ଼େଙ୍କାନାଳରୁ ୨, ଝାରସୁଗୁଡ଼ାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ,  ଆଜି ସକାଳେ ରାଜ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୧୭୪ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୬ ସ୍ଥାନୀୟ ସଂକ୍ରମଣ ଥିଲେ ।

ତେବେ ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୭, କେଉଁଝରରୁ ୫, ଦେବଗଡ଼ରୁ ୧, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ଗଞ୍ଜାମରୁ ୫୮, କଟକରୁ ୫, ଅନୁଗୁଳରୁ ୧, ବାଲେଶ୍ଵରରୁ ୨, ଢେଙ୍କାନାଳରୁ ୭, ଯାଜପୁରରୁ ୮, ପୁରୀରୁ ୮, ଗଜପତିରୁ ୨୯, ସୁନ୍ଦରଗଡ଼ରୁ ୬, କେନ୍ଦ୍ରାପଡ଼ାରୁ ୩, ସମ୍ବଲପୁରରୁ ୧, ବଲାଙ୍ଗୀରରୁ ୧୧, ମୟୁରଭଞ୍ଜରୁ ୭, ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ ଟିମରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top