ଅପରାଧ

ଅଞ୍ଜନା ମିଶ୍ର ଦୁଷ୍କର୍ମ ଘଟଣାରେ ଦୋଷୀ ପଦିଆର ମୃତ୍ୟୁ

Capital-Hospital

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଦୁଷ୍କର୍ମ ମାମଲାରେ, ଦୋଷୀ ପଦିଆର ମୃତ୍ୟୁ ହୋଇଛି । ଅଞ୍ଜନା ମିଶ୍ର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡ଼ା ଜେଲ୍‌ରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିଲା ପଦିଆ । ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଅନେକ ଦିନ ଧରି ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ଥିଲା । କ୍ୟାପିଲାଟଲ ହସ୍ପିଟାଲ ଓ ଝାରପଡା ଜେଲ୍‌ ମେଡିକାଲ ୱାର୍ଡରେ ଦୀର୍ଘ ଦିନ ଧରି ତାର ଚିକିତ୍ସା ହେଉଥିଲା । ହେଲେ କିଛି ଦିନ ହେବ ସେ ପାରାଲିସିସ୍‌ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲା । ଦୀର୍ଘ 18 ବର୍ଷ ହେଲା ସେ ଜେଲ୍‌ରେ ରହିଥିବା ବେଳେ ଗତ ଫେବ୍ରୁଆରୀ 21ରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାର ମୃତ୍ୟୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top