ନ୍ୟୁଜ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୧୦ ଗୁରୁତର

accident

ମୟୁରଭଞ୍ଜ: ଦୀର୍ଘ ଦିନର ନୀରବତା ପରେ ପୁଣି ରକ୍ତମୁଖା ସାଜିଛି ଦ୍ୱାରସୁଣୀ ଘାଟି । ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ଦ୍ୱାରସୁଣି ଘାଟିରେ ଘଟିଯାଇଛି ପୁଣି ଏକ ମର୍ମନ୍ତୁନ୍ଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଗୁରୁତ୍ତର ହୋଇଛନ୍ତି ।

ସୂଚନାନୁସାରେ, ଏକ ଟ୍ରକ WB.23E.0735 କଲିକତା ଅଭିମୁଖେ ଯାଉଥିଲାବେଳେ ଘାଟିରେ ଭାରସାମ୍ୟ ହରାଇ ଏକ ଅଟୋ OD11Q3165 ସହିତ ଧକ୍କା ହେଇଥିଲା।ଅଟୋଟି ବିଶୋଇ ଥାନା ଅଂଚଳର ଦେଓପଟାରୁ ସୁଳିଆପଦା ଅଞ୍ଚଳକୁ ୪ଜଣ ପୁରୁଷ, ୪ଜଣ ମହିଳା ଓ ୪ଜଣ ଛୁଆଙ୍କୁ ନେଇ ଯାଉଥିଲାବେଳେ ଦୁର୍ଘଟଣା ଘଟିଥିଲା। ଅଟୋରେ ଥିବା ଜଣେ ଯୁବକ ଓ ଜଣେ ଛୁଆର ମୃତ୍ୟୁ ହୋଇଥିଲାବେଳେ ଆଉ୧୦ ଗୁରୁତ୍ତର ଆହତ ହୋଇଥିଲାବେଳେ ସେଥିମଧ୍ୟରୁ ୪ଜଣ ଛୁଆ ରହିଛନ୍ତି । ଖବରପାଇ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତ୍ତରଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଆହୁରି ଗୁରୁତ୍ତର ହେବାରୁ ୩ଟି ଆମ୍ବୁଲାନ୍ସରେ ବାରିପଦା ସ୍ଥିତ prm ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଟ୍ରକ ଚାଳକ ଘଟଣା ତଳରୁ ଫେରାର ହୋଇଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top