ନ୍ୟୁଜ୍

ଓଲଟିଲା ବସ: ୨ ମୃତ, ୧୫ରୁ ଅଧିକ ଗୁରୁତର

ନବରଙ୍ଗପୁର : ଭାରସାମ୍ୟ ହରାଇ ଓଲଟିଲା ବସ । ଦୁର୍ଘଟଣାରେ ଦୁଇ ଯାତ୍ରୀ ମୃତ୍ୟୁ ହୋଇଥିବାବେଳେ 15ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ମୃଗ ବିହାର ନକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶନିବାର ଏକ ଘରୋଇ ବସ ଜଗା କାଳିଆ  ଜୟପୁରରୁ ପାପଡାହାଣ୍ଡି ଆସିବା ସମୟରେ ଦୁର୍ଘଟଣା ହୋଇଥିଲା । ବସ ସାମ୍ନାକୁ ହଠାତ୍‌ ଗାଈଟିଏ ପଶି ଆସିଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସଟି ଓଲଟି ପଡ଼ିଥିଲା ।

ବସ ତଳେ ଚାପି ହୋଇ ଦୁଇ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଜେସିବି ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ସେପଟେ ଦୁର୍ଘଟଣାରେ 15ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ଯାତ୍ରୀମାନଙ୍କୁ ନବରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top