ନ୍ୟୁଜ୍

ସଡ଼କ ଦୁର୍ଘଟଣାରେ ଦୁଇ ମୃତ

accident

ପୁରୀ:  ଭୁବନେଶ୍ୱର ଜାତୀୟ ରାଜପଥର ଗୁଡ଼ିଆ ପୋଖରୀ ଛକରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁଇ ଜଣ ଏକ ମୋଟର ସାଇକେଲରେ ପିପିଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପଛ ପଟୁ ଶ୍ରୀରାମ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ମୃତକଙ୍କ ନାମ ଆକାଶ ବାରିକ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପିପିଲି ପୋଲିସ ମୃତ ଦେହକୁ ଜବତ କରିଥିବାବେଳେ ଏବେ ପରିସ୍ଥିତି ନିୟନ୍ତ୍ରଣ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top