ଜୀବନ ମନ୍ତ୍ର

ଅଗଷ୍ଟ ୧୨ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

result

ଭୁବନେଶ୍ୱର: କରୋନା ପ୍ରକୋପ ସାରା ରାଜ୍ୟରେ ଜାରି ରହିଛି । ଏହା ମଧ୍ୟରେ ଖାତାଦେଖା ଜାରି ରହିଥିବା ବେଳେ ରେଜଲ୍ଟ ପ୍ରକାଶ ପାଉଛି । ନିକଟରେ ଦଶମ ରେଜଲ୍ଟ ପ୍ରକାଶ ପାଇଥିଲେ ।

 ଅନ୍ୟପଟେ ଅଗଷ୍ଟ ୧୨ ତାରିଖରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ୩୦ରେ +୨ ବିଜ୍ଞାନ ପରୀକ୍ଷା ରେଜଲ୍ଟ ବାହାରିବ । ଏହା ସହ ଅଗଷ୍ଟ ତୃତୀୟ ସପ୍ତାହରରେ +୨ ବାଣିଜ୍ୟ ଫଳ ପ୍ରକାଶ ପାଇବ ।

ଏହାସହ ଅଗଷ୍ଟ ଶେଷ ସୁଦ୍ଧା +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top