X
Breaking News
ଦେଶ

ଜମ୍ମୁ କଶ୍ମୀର ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

encounter
courtesy: www.deccanchronicle.com

ଜମ୍ମୁ କଶ୍ମୀର:  ପୁଣି ଜମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଶନିବାର ସକାଳେ ଦକ୍ଷିଣ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୋରା ଅଞ୍ଚଳର ପଞ୍ଜଗାମ ଗାଁ’ରେ ଏହି ଏନ୍‌କାଉଣ୍ଟର୍‌ ହୋଇଛି ।

ସିଆର୍‌ପିଏଫ୍‌ର ୧୩୦ ବାଟାଲିୟନ୍‌ ଦଳ ଏବଂ ୫୫ ରାଷ୍ଟ୍ରୀୟ ରାଇଫଲ୍‌ର ମିଳିତ ଟିମ୍‌ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଶନିବାର ପାହାନ୍ତା ପ୍ରହର ୨: ୧୦ ମିନିଟ୍‌ରୁ ଗୁଳି ବିନିମୟ ଚାଲିଛି । ସମ୍ପୃକ୍ତ ସ୍ଥାନରୁ ଦୁଇ ଜଣ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡୁଛି ।ମିଳିଥିବା ସୂଚନା ଅନୁସାରେ, ଏନ୍‌କାଉଣ୍ଟର୍‌ରେ ନିହତ ଦୁଇ ଜଣ ଆତଙ୍କବାଦୀମାନେ ହିଜ୍‌ବୁଲ୍‌ ମୁଜାହିଦୀନ ସଂଗଠନର ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top