ନ୍ୟୁଜ୍

ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ

road accident

କଟକ:  ଅଜଣା ଗାଡି ଧକ୍କା ୨ ଜଣ ମହିଳା ମୃତ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ରତାପାଟଠାରେ । ଆଜି ସକାଳ ପ୍ରାୟ ୫ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ରଙ୍ଗବତୀ ସାହୁ ଓ ତାରା ନାୟକ  ।  ସେମାନଙ୍କ ଘର ରତାପାଟ ଗାଁର ଉପର ସାହିରେ ।

ସୂଚନାନୁସାରେ, ହାଡୁଆ ନାଳରୁ ୨ ଜଣ ମହିଳା ଶୌଚ ସାରି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ହିଁ ଦୁହିଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗାଁ ଲୋକେ କଟକ- ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top