ଦେଶ

ଆସାମରେ ଭୂସ୍ଖଳନ ଯୋଗୁଁ ଚାଲିଗଲା ୨୦ ଜୀବନ

ଗୌହାଟି: ଆସାମରେ ଭୂସ୍ଖଳନ । ଦକ୍ଷିଣ ଆସାମରେ ସୋମବାର ଦିନ ହୋଇଥିବା ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆସାମର ବାରକ ଭ୍ୟାଲି ଉପତ୍ୟକାର ତିନୋଟି ଜିଲ୍ଲାରେ ଘଟିଥିବା

ଏହି ଭୂସ୍ଖଳନରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।  ସୂଚନାନୁଯାୟୀ, ଚାଚର ଜିଲ୍ଲାରେ ୭ ଜଣ, ହାଇଲାକନ୍ଦି ଜିଲ୍ଲାରେ ୭ଜଣ ଏବଂ କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top