ଦେଶ

ଆଜିଠୁ ଦେଶରେ ଚଳାଚଳ କରିବ ୨୦୦ ‌ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ:  ଆଜିଠୁ ଦେଶରେ ୨୦୦ ‌ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପ୍ରଥମ ଦିନ ଏହି ଟ୍ରେନ୍ ଗୁଡ଼ିକରେ ମୋଟ ୧.୪୫ ଲକ୍ଷ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ। ଜୁନ୍ ୧ରୁ ୩୦ ପର୍ଯ୍ୟନ୍ତ ଅଗ୍ରିମ ସଂରକ୍ଷଣ ଅବଧିରେ ପାଖାପାଖି ୨୬ ଲକ୍ଷ ଲୋକ ରେଳରେ ଯାତ୍ରା କରିବା ପାଇଁ ଟିକଟ ବୁକ୍ କରିଛନ୍ତି। ପୂର୍ବରୁ ଦେଶରେ ଶ୍ରମିକ ସ୍ପେସାଲ ଟ୍ରେନ୍ ଓ ୩୦ଟି ସ୍ୱତନ୍ତ୍ର ‌ଏସି ଟ୍ରେନ୍ ଚଳାଚଳ କରୁଥିବାବେଳେ ଆସନ୍ତାକାଲିଠାରୁ ଆଉ ୨୦୦ ଟ୍ରେନ୍ ଚାଲିବ।

ଟ୍ରେନ୍ ଛାଡ଼ିବାର ୯୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। କେବଳ କନଫର୍ମ କିମ୍ବା ଆରଏସି ଟିକଟଧାରୀଙ୍କୁ ରେଳରେ ଯାତ୍ରା କରିବା ସୁଯୋଗ ମିଳିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶାବଳି ଅନୁଯାୟୀ, ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ। ଯେଉଁ ଯାତ୍ରୀଙ୍କ ଠାରେ ‌କୋରୋନା ଲକ୍ଷଣ ନଥିବା ସେମାନଙ୍କୁ ଟ୍ରେନରେ ଯାତ୍ରା କରିବା ସୁଯୋଗ ମିଳିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top