X
Breaking News
ନ୍ୟୁଜ୍

୨୦୧୯ ନିର୍ବାଚନରେ ୧୩ ଲୋକସଭା ହାତେଇବ ବିଜେପି: ସର୍ଭେ ରିପୋର୍ଟ

BJP in ODISHA

୨୦୧୯ରେ ଓଡ଼ିଶାରେ କ’ଣ ହେବ ନିର୍ବାଚନ ଫଳାଫଳ । ଏନେଇ ଏକ ସର୍ଭେ କରିଛି ଏବିପି ନ୍ୟୁଜ୍‌ । ଗତ ୨୦୧୪ ସାଧାରଣ ନିର୍ବାଚନରେ ଏବିପି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ବିଭିନ୍ନ ରାଜ୍ୟର ସର୍ଭେ ରିପୋର୍ଟ ପ୍ରାୟ ୯୦ ପ୍ରତିଶତ ସଠିକ୍‌ ଥିଲା । ତେବେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଏବିପି ନ୍ୟୁଜ୍‌ ପକ୍ଷରୁ ରାଜ୍ୟ ଗୁଡିକରେ ସର୍ଭେ ଆରମ୍ଭ ହୋଇସାରିଲାଣି ।

ତେବେ ସାରା ଦେଶରେ ଏବେ ମୋଦି ଜୀଙ୍କ ହାୱା ଚାଲିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା । କିନ୍ତୁ ଲଗାତାର ଭାବେ ମୋଦି ଓ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ କିଛି ମାତ୍ରାରେ ବିଜେପିର ପ୍ରଭାବ ଓଡ଼ିଶାରେ ପଡିଛି ବୋଲି ଚର୍ଚ୍ଚା ହେଉଛି । ତେବେ ତାହା କିଛି ମତ୍ରାରେ ନୁହେଁ ବରଂ ଅନେକାଂଶରେ ପ୍ରଭାବ ପଡିଛି ବୋଲି ଜଣାପଡିଛି । ରାଜ୍ୟର ଯୁବପୀଢି ସବୁ ଶିକ୍ଷିତ ବର୍ଗ ମୋଦିଙ୍କୁ ସମର୍ଥନ କରୁଥିବା ଜଣାପଡିଛି । ଏବିପି ନ୍ୟୁଜ୍‌ର ଓଡ଼ିଶା ଉପରେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଯଦି ଏହି ସମୟରେ ନିର୍ବାଚନ କରାଯାଏ ତେବେ ମୋଟ ୨୧ ଟି ଲୋକସଭା ଆସନରୁ ବିଜେପି ୧୩ଟି ଆସନ ହାସଲ କରିବାର ସମ୍ଭାବନା ରହିଛି । ଏହା ସହ ରାଜ୍ୟରେ ସରକାର ଚଳାଇଥିବା ବିଜେଡି ଦଳ ମୋଟ ୬ଟି ଆସନ ହାସଲ କରିବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି । ସେପଟ୍ରେ କଂଗ୍ରେସ ଓଡ଼ିଶାରେ ମଧ୍ୟ ମାଟି କାମୁଡି ପଡିଥିବା ରିପୋର୍ଟରୁ ପ୍ରକାଶିତ । ରିପୋର୍ଟ ଅନୁଯାୟୀ କଂଗ୍ରେସ ମୋଟ ୨ଟି ଲୋକସଭା ଆସନରୁ ଜିତିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଧାମରୁ ଲୋକସଭା ପ୍ରାର୍ଥୀ ଭାବେ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଏହାର ମଧ୍ୟ ଏକ ବଡ ପ୍ରଭାବ ପଡିଛି ଓଡ଼ିଶା ରାଜନୀତିରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top