ଦେଶ

25ରେ ଘରୋଇ ଉଡାଣ ଭରିବାକୁ ଦିଲ୍ଲୀ ବିମାନ ବନ୍ଦର ପ୍ରସ୍ତୁତ, କେବଳ ଟର୍ମିନାଲ 3 ରୁ ଆରମ୍ଭ ହେବ ବିମାନ ସେବା

ନୂଆଦିଲ୍ଲୀ : ଆଉ ମାତ୍ର ଦୁଇ ଦିନ ପରେ ଘରୋଇ ବିମାନ ଚଳାଚଳ 25 ମେରେ ଆରମ୍ଭ ହେବ। ଘରୋଇ ବିମାନ ଯାତ୍ରାକୁ ସୁଗମ କରିବା ପାଇଁ ଗୃହ ମନ୍ତ୍ରଣାଳୟ COVID-19 ସଂକ୍ରାନ୍ତ କିଛି ଗାଇଡଲାଇନ ମଧ୍ୟ ଜାରି କରିଥିଲେ। ଏ ନେଇ ଦିଲ୍ଲୀ ବିମାନବନ୍ଦରରେ ପ୍ରସ୍ତୁତି ଶେଷ ହୋଇଛି। ଯାତ୍ରୀ ବିମାନ ଗୁଡିକ ପ୍ରାଥମିକ ପର୍ଯ୍ୟାୟରେ ଟର୍ମିନାଲ 3 ରୁ ଆରମ୍ଭ ହେବ। ସକାଳ 4.30 ମିନିଟରେ ପ୍ରଥମ ଉଡାଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ 28 ଟି ବିମାନ ଉଡାଣ ଭରିବେ। ଯାତ୍ରୀ ମାନଙ୍କୁ ନିଜ ନିଜର ବୋଡିଙ୍ଗ ପାସ ହାତରେ ଧରି ଆସିବାକୁ କୁହାଯାଇଛି।

ଯାତ୍ରୀମାନେ ବିମାନ ବନ୍ଦରରେ ପଂହଁଚିବା ପରେ ଥର୍ମାଲ ସ୍କ୍ରିନିଙ୍ଗ କରାଯିବ। ଆରୋଗ୍ୟ ସେତୁ ଆପ ଯାଞ୍ଚ କରାଯିବ। ଯେଉଁମାନେ ଆରୋଗ୍ୟ ସେତୁ ଆପ ରେଜିଷ୍ଟ୍ରସନ କରି ନଥିବେ ସେମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ। ବିମାନ ବନ୍ଦରରେ ଯାତ୍ରୀଙ୍କ ଦ୍ୱାରା ଅଧିକ ଭିଡ଼ ନହେବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଭିଷ୍ଟାରା ଏବଂ ଇଣ୍ଡିଗୋ ର ଯାତ୍ରୀମାନେ କେବଳ 1 ନମ୍ବର ଏବଂ 2 ନମ୍ବର ଫାଟକ ଦେଇ ବିମାନବନ୍ଦରରେ ପ୍ରବେଶ କରିବେ। ସେହିପରି ଏୟାର ଏସିଆ ଏବଂ ଏୟାର ଇଣ୍ଡିଆର ଯାତ୍ରୀମାନେ ପ୍ରବେଶ ଦ୍ୱାର 3 ଏବଂ 4 ବ୍ୟବହାର କରିବେ। ସ୍ପାଇସେଜେଟ୍ ଏବଂ ଗୋ ଏୟାର ଯାତ୍ରୀମାନେ ଗେଟ୍ ନମ୍ବର 5 ଦେଇ ପ୍ରବେଶ କରିବେ।

ସାନିଟାଇଜଡ୍ ୱାଶରୁମ୍ ଠାରୁ ଆରମ୍ଭ କରି ଟେକ୍ନୋଲୋଜି ଡିସଇନଫିକେସନ୍ ମେସିନ୍ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଦିଲ୍ଲୀ ବିମାନବନ୍ଦର ସବୁକିଛି ବ୍ୟବସ୍ଥା ହୋଇଛି। ଗୋଟିଏ ସ୍ଥାନରେ ଅତ୍ୟଧିକ ଭିଡ଼ ନହେବା ପାଇଁ ଖାଦ୍ୟ, ପାନୀୟ ଏବଂ ଖୁଚୁରା ଦୋକାନ ଖୋଲା ରହିବ। ଲକଡାଉନ କାରଣରୁ ମାର୍ଚ୍ଚ 25 ତାରିଖରୁ ବିମାନ ସେବା ବାତିଲ କରାଯାଇଥିଲା ଏବଂ ଦୁଇ ମାସର ବ୍ୟବଧାନ ପରେ ପୁଣି ଥରେ ଏହି ସେବା ଆରମ୍ଭ ହେଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top