ରାଜ୍ୟ

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୫ ତଦନ୍ତକାରୀ ଅଧିକାରୀ ସମ୍ମାନିତ

DGP

ଭୁବନେଶ୍ୱର: ରାଜ୍ୟରେ କିଛି ଘଟଣା ପାଇଁ ପୋଲିସ ଉପରେ ଲୋକଙ୍କ ଆସ୍ଥା ତୁଟୁଛି । କିନ୍ତୁ କିଛି ଅଫିସରଙ୍କ ପାଇଁ ପୋଲିସ ବ୍ୟବସ୍ଥାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ବୋଲି ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରତିକ୍ରିୟା ଦିଅନ୍ତି । ଅନେକ ସମୟରେ ସରକାର ପୋଲିସ ଏବଂ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ପ୍ରଚେଷ୍ଟା କରୁଛନ୍ତି ।

ତଥାପି ପୋଲିସ ଅଧିକାରୀଙ୍କ ଦ୍ୱାରା ଅଭିଯୋଗକାରୀ ଅପମାନିତ ହେଉଥିବା ଖବର ସାମ୍ନାକୁ ଆସେ । ଏହାରି ଭିତରେ ଅନେକ ଅଧିକାରୀ ଏମିତି ଅଛନ୍ତି ଯେଉଁମାନଙ୍କ ପାଇଁ ଲୋକମାନେ ନ୍ୟାୟ ପାଉଛନ୍ତି । ତେଣୁ ଏଭଳି କିଛି କାର୍ଯ୍ୟ ପାଇଁ ରାଜ୍ୟ ପୋଲିସ ସେଭଳି କିଛି ତଦନ୍ତକାରୀ ଅଧିକାରୀ ବା ଆଇଓଙ୍କୁ ସମ୍ମାନିତ କରିଛି । ଆଜି ରାଜ୍ୟର ମୋଟ ୨୫ ଜଣ ଆଇଓଙ୍କୁ ପୁରଷ୍କୃତ କରାଯାଇଛି । ନିଜର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ପାଇ ୨୫ ଆଇଓଙ୍କୁ ସମ୍ମାନିତ କରିଛନ୍ତି ଖୋଦ ପୋଲିସ ଡିଜି ବି.କେ ଶର୍ମା । ଦେଖନ୍ତୁ ପୁରା ଲିଷ୍ଟ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top