ଦେଶ

ହୋଲିରେ ହଇରାଣ ହେବେନି ଯାତ୍ରୀ: ଗଡ଼ିବ ୨୬ ସ୍ୱତନ୍ତ୍ର ଟ୍ରେନ୍‌

train

ମୁମ୍ବାଇ: ରଙ୍ଗର ପର୍ବ ହୋଲି ଆସନ୍ତା ମାର୍ଚ୍ଚ 10ରେ ପାଳନ ହେବାକୁ ଥିବା ବେଳେ ପ୍ରସ୍ତୁତି ଆରମ୍ଭ ହୋଇଛି । ହୋଲିକୁ ନଜରରେ ରଖି ରେଳ ବିଭାଗ ଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି । ଅତିରିକ୍ତ ଭିଡ଼ ଏବଂ ଟିକେଟ୍‌ ଅନିୟମିତତାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ 26 ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ।

ଏହିସବୁ ଟ୍ରେନ୍‌ ମୁମ୍ବାଇ ଏବଂ ପୁନେରୁ ଉତ୍ତର ଭାରତରେ ଚଳାଚଳ କରିବ । ଏହିସବୁ ଟ୍ରେନ୍‌ ମାର୍ଚ୍ଚ 5ରୁ 15 ମାର୍ଚ୍ଚ ପର୍ଯ୍ୟନ୍ତ ଚଳାଚଳ କରିବ । ଗୋଟିଏ ଦିନ ପରେ ଅର୍ଥାତ ଫେବୃଆରୀ 29ରୁ ଏହିସବୁ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ ହେବ ।

ସେଣ୍ଟ୍ରାଲ ରେଲ୍‌ୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 10ଟି ଅତିରିକ୍ତ ଟ୍ରେନ କେବଳ ପୁନେ ଏବଂ ବାଲହାଶାହ ମଧ୍ୟରେ ଚଳାଚଳ କରିବ । ଏହିସବୁ ଟ୍ରେନ୍‌ରେ ଗୋଟିଏ ସେକେଣ୍ଡ ଏସି, 5 ଏସି ଥାର୍ଡ କ୍ଲାସ୍‌ ଏସି, 8 ସ୍ଲିପର କ୍ଲାସ ଏବଂ 6 ଜେନେରାଲ ସେକେଣ୍ଡ କ୍ଲାସ୍‌ ବଗି ଲଗାଯାଇଛି ।

ପୁରା ସୂଚୀ:

ଟ୍ରେନ୍‌ ଲିଷ୍ଟ:

Click to comment

Leave a Reply

Your email address will not be published. Required fields are marked *

Most Popular

To Top