ନ୍ୟୁଜ୍

ଭିନ୍ନ ଭିନ୍ନ ସ୍ଥାନରେ ୩ ମୃତ

dead

ଗଜପତି:  ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଓ କାଶିନଗର ଥାନା ଅଞ୍ଚଳରୁ ତିନି ଜଣଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଛି । କାଶୀନଗର ଥାନା ଅନ୍ତର୍ଗତ ଆମରଡା ଗ୍ରାମରେ ଧନଞ୍ଜୟ ଜେନା ହତ୍ୟାର ସିକାର ହୋଇଥିବା ବେଳେ ଗୁରାଣ୍ଡି ଥାନା ଅଞ୍ଚଳର ସାନକତୁରୁ ଗ୍ରାମର ଗେଦଲା ଲକ୍ଷ୍ମୀ ଦେହରେ କିରୋସିନି ଢାଳି ଆତ୍ମ ହତ୍ୟା କରିଛନ୍ତି । ସେହିପରି ଗୁରାଣ୍ଡି ଗ୍ରାମର ବିଜୁ ଭେଙ୍କଟ ରାଓ ଅଗ୍ନି ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ସୂଚନାନୁସାରେ, ଘଟଣାଗୁଡିକ ଏପରି ଥିଲା କାଶୀନଗର ଥାନା ଖାଣ୍ଡବା ଗ୍ରାମରେ ଦୁଇ ସାଙ୍ଗ ମଧ୍ୟରେ ବଚସା ହୋଇ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଖାଣ୍ଡବା ଗ୍ରାମର ସାମିଏଲଙ୍କ କୁରାଡି ଚୋଟରେ ସେହି ଗ୍ରାମର ଧନୁଞ୍ଜୟ ଜେନାଙ୍କର ମୃତ୍ୟୁ ହୋଇଛି । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହତ୍ୟା ମାମଲା ରୁଜୁ କରି ମୃତ ଦେହକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୂଖ୍ୟ ଚିକିତ୍ସା କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପଠାଇଛି ।

ସେହିପରି ଗୁରାଣ୍ଡି ଥାନା ଅନ୍ତର୍ଗତ ସାନ କତୁରୁ ଗ୍ରାମରେ କିରୋସିନି ଢାଳି ହୋଇ ଗେଦଲା ଲକ୍ଷ୍ମୀ ନାମକ ଗୋଟିଏ ବିବାହିତ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ ଏକ ମାଲାରେ ଗୁରାଣ୍ଡି ଗ୍ରାମର ବୁଜି ଭେଙ୍କଟ ରାଓ ନିଜ ରାଶୀ ବାଡରେ କିରୋସିନି ଢାଳି ନିଆ ଲଗାଇବା ସମୟରେ ଅଗ୍ନି ସଂସ୍ପର୍ଶରେ ଆସି ଜଳିଜାଇ ଥିଲେ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ନିକଟସ୍ଥ ପୋଖରୀରେ ଲମ୍ଫ ଦେଇଥିଲେ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଏ ଘଟଣାକୁ ନେଇ ଗୁରାଣ୍ଡି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ସବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ମୃତ ଦେହକୁ ପଠାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top