ନ୍ୟୁଜ୍

ଗୋଟିଏ ପରିବାରରୁ ବିଷ ପିଇଦେଲେ 3 ସଦସ୍ୟ, ଜଣେ ମୃତ

ସମ୍ବଲପୁର : ସମ୍ବଲପୁର କତରଗା ଥାନା ଲଏଡା ରୁକୁଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର 3 ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାଆ ମୃତ୍ୟୁବରଣ କରିଥିବା ବେଳେ ବାପା ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି।

କତରଗା ଥାନା ଲଏଡା ରୁକୁଡିହି ଗାଁରେ ଗୋଟିଏ ପରିବାରର 3 ଜଣ ସଦସ୍ୟ ବିଷ ପିଇଦେଇଛନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ଗତକାଲି ସ୍ୱାମୀ ସୁବେର ମହାନନ୍ଦିଆ, ସ୍ତ୍ରୀ ବୈଦେହୀ ମହାନନ୍ଦିଆ ଏବଂ ବଡ ପୁଅ ସୁଶାନ୍ତ ମହାନନ୍ଦିଆ ପିଷପାନ କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଆଜି ବୈଦେହୀଙ୍କୁ ମେଡ଼ିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅପର ପକ୍ଷରେ ସୁବେର ଓ ସୁଶାନ୍ତ ଚିକିତ୍ସାଧୀନ ଅଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top