ଟିଭି

 ୩୦ ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ, ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

ଭୁବନେଶ୍ୱର: 30 ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଭୁବନେଶ୍ୱର ଉତ୍କଳ ମଣ୍ଡପରେ ପ୍ରଦାଦାନ କରାଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ବିଭିନ୍ନ ବର୍ଗରେ ମୋଟ 6ଟି ପୁରସ୍କାର ହାସଲ କରିଛି ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଭିଜା ମାଟିର ସ୍ୱର୍ଗ ।୨୦୧୮ ରାଜ୍ୟ  ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରି ନେଇଛି ଭିଜା ମାଟିର ସ୍ୱର୍ଗ । ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଏହାର ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ ସମେତ, ଶ୍ରେଷ୍ଠ ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଶ୍ରେଷ୍ଠ ଅଭିନେତା ମିହିର ଦାସ, ଶ୍ରେଷ୍ଠ ଫଟୋଗ୍ରାଫର ଦିଲ୍ଲିପ ରାୟ, ଶ୍ରେଷ୍ଠ ସ୍କ୍ରିନ୍ ପ୍ଳେ ଆଶୁତୋଶ ମହାପାତ୍ର ଓ ଶ୍ରେଷ୍ଠ ଡାଏଲଗ ପାଇଁ ନନ୍ଦଲାଲ୍ ମହାପାତ୍ର ରାଜ୍ୟ ସରକାରଙ୍କର ସମ୍ମାନରେ ସମ୍ମାନୀତ କରାଯାଇଛି ।

ସେହିପରି ଚଳଚ୍ଚିତ୍ର ଜଗତରେ ଜୀବନବାପ୍ୟୀ ସାଧନା ପାଇଁ ବିଜୟ ମିଶ୍ରଙ୍କୁ ଶ୍ରୀ ଜୟଦେବ ସମ୍ମାନ ପ୍ରଦାନ କରାଯାଉଛି । ବିଜୟ ମିଶ୍ର ଏକାଧାରରେ ସଳାଂପ, ଗୀତିକାର ଓ କାହଣୀ ଲେଖକ ଭାବେ ପୁରସ୍କୃତ ହୋଇଥିବାବେଳେ ଅର୍ଚ୍ଚିତାଙ୍କୁ ଚମ୍ପିଆନ୍ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ କାହାଣୀ ଲେଖକ । ସାମ୍ବାଦିକ ଡି. ନିରଜଂନ ରେଡ୍ଡୀ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା, ଶ୍ରେଷ୍ଠ ପ୍ରଛଦପଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଗାୟକ କରୁଣା କର, ଶ୍ରେଷ୍ଠ କମେଡିଆନ୍ ରାକ୍ଷୀ, ଶ୍ରେଷ୍ଠ ଗୀତିକାର ବସନ୍ତରାଜ ସାମଲ, ଶ୍ରେଷ୍ଠ ଶିଶୁ କଳାକାର ଭାବେ ସାର୍ଥକ ହୋତା ପୁରସ୍କୃତ ହୋଇଛନ୍ତି ।

ଜୟଦେବ ସମ୍ମାନ ପାଇଁ ଏକ ଲକ୍ଷ ଟଙ୍କା ଓ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ ପାଇଁ 50 ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହା ସହ ଅନ୍ୟାନ୍ୟ ସମ୍ମାନ ପାଇଁ ମଧ୍ୟ କଳାକାର ମାନଙ୍କୁ ମାନପତ୍ର ସମେତ ଅର୍ଥ ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଦେବୀ ପାଣଗ୍ରାହୀ, କୃଷି ଏବଂ  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ  ଯୋଗ ଦେଇଛନ୍ତି ।

ଅନ୍ୟପଟେ ପୁରସ୍କାର କଳାକାର ମାନଙ୍କୁ ପ୍ରେରଣା ଯୋଗାଏ କିନ୍ତୁ କଳାକାରରୁ ଅଭିନୟ ଦର୍ଶକ ଦ୍ୱାରା ଆଦୃତ ହୋଇପାରିଲେ ତାହା ଶ୍ରେଷ୍ଠ ପୁରସ୍କାର ବୋଲି ମତ ରଖିଛନ୍ତି କଳାକାର । ଓଡ଼ିଶାର କଳା ପରମ୍ପରା ସ୍ଥାପତ୍ୟ ଓ ମାଟି ପାଣି ପବନ ରାଜ୍ୟକୁ ଗୌରବରତ କରିଛି । ଅନ୍ୟପକ୍ଷରେ ରାଜ୍ୟ ସରକାର କଳାକାର ଓ ଫିଲ୍ମି ର ବିକାଶ ଉନତି ପାଇଁ ନଜର ରଖିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ  ସୁମା ରିଏଲ ମିଡ଼ିଆର ପ୍ରଥମ ସିନ ଫେରିୟା, 8ଟି ବିଭାଗରେ ପୁରସ୍କାର ହାସଲ କରିଛି । ମଣିଷ ଚନ୍ଦ୍ରରେ ପାଦ ଥାପୁଥିବା ବେଳେ ଏବେବି ଅନ୍ଧ ବିଶ୍ୱାସର  ସାମ୍ରାଜ୍ୟର ଅନେକ ଲୋକ ପ୍ରଭାବିତ।  ତେବେ ଫିଲ୍ମି ଫେରିୟା ଏହି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଯେଭଳି ପ୍ରୟାସ କରିଛି ତାହା ଆଦୃତ ହୋଇପାରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top