ମନୋରଞ୍ଜନ

୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ ହେଲେ..

Film award
Courtesy: www.newodisha.in

ଭୁବନେଶ୍ୱର:  ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେହିପରି ଶ୍ରେଷ୍ଠ ନିର୍ଦେଶକ ଭାବେ ମନମୋହନ ମହାପାତ୍ରଙ୍କୁ ସମ୍ମାନ ।

ଶ୍ରେଷ୍ଠ ଅଭିନେତା ମିହିର ଦାସ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତାଙ୍କୁ ସମ୍ମାନ । ଶ୍ରେଷ୍ଠ ଚଳଚ୍ଚିତ୍ର- ଭିଜା ମାଟିର ସ୍ୱର୍ଗକୁ ଚୟନ କରାଯାଇଥିବା ବେଳେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇବେ ଅକ୍ଷୟ ପରିଜା । ଶ୍ରେଷ୍ଠ ସଂଗୀତ ନିର୍ଦେଶକ ଭାବେ ସମ୍ମାନିତ ହେବେ ଶାନ୍ତିରାଜ ଖୋସଲା । ସେହିପରି ଶ୍ରେଷ୍ଠ ଗୀତିକାର- ବସନ୍ତରାଜ ସାମଲ ଓ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ- କରୁଣାକର ଏବଂ ଗାୟିକା ଭାବେ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top