ନ୍ୟୁଜ୍

ରାଜଧାନୀରୁ ଆଜି ୩୪୨ କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ରାଜଧାନୀରୁ ଆଜି ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୯୮ ଜଣ ହୋଇଥିବା ବେଳେ ଅନ୍ୟ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଏହି କ୍ରମରେ ସୂଚନାଯୋଗ୍ୟ, ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୯୩୩କୁ ବୃଦ୍ଧି ହୋଇଥିବା ବେଳେ ଏଥିରୁ ୧୨ ହଜାର ୨୮୮ ଜଣ ସୁସ୍ଥ ହୋଇଛନ୍ତି। ୪ ହଜାର ୫୬୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top