ଦେଶ

ଆଜିଠୁ କାଶ୍ମୀର ଗସ୍ତରେ ଯିବେ ୩୬ କେନ୍ଦ୍ରମନ୍ତ୍ରୀ

bjp

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 36 ମନ୍ତ୍ରୀ ଶନିବାର ଦିନ ଅର୍ଥାତ ଆଜିଠୁ ଜାମ୍ମୁକାଶ୍ମୀର ଗସ୍ତରେ ଯିବେ । ଜାମ୍ମୁ କାଶ୍ମୀରର ସହର ଓ ଗାଁ ଗସ୍ତ କରି ଲୋକମାନଙ୍କ ସହ ସିଧା ସମ୍ପର୍କ ସ୍ଥାପନ କରି ସେମାନଙ୍କର ସମସ୍ୟା ପଚାରିବୁଝିବେ । ଏଥିସହିତ ସେଠାରେ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ଅବଗତ କରାଇବେ ଏହି 36 ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ତ୍ରୀମାନଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ କେବଳ ସହରାଞ୍ଚଳରେ ନୁହେଁ ବରଂ ଗ୍ରାମାଞ୍ଚଳର ବିକାଶ ବାର୍ତ୍ତା ପ୍ରଚାର କରିବା ପାଇଁ ଉଦ୍ୟମ କରନ୍ତୁ । ଧାରା 370 ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ପ୍ରଦେଶ ହେବା ପରେ  ମୋଦି ସରକାରଙ୍କ ଏହା ହେଉଛି ପ୍ରଥମ ପଦକ୍ଷେପ ।

ଜମ୍ମୁ କଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ ଜମ୍ମୁରେ ସମୀକ୍ଷା ବୈଠକ ପରେ କହିଛନ୍ତି ଯେ, ଲୋକଙ୍କ ନିକଟକୁ ପହଞ୍ଚିବା ପାଇଁ ବଡ଼ ଅଭିଯାନରେ 36 ଜଣ କେନ୍ଦ୍ରମନ୍ତ୍ରୀ ଶନିବାର ଠାରୁ ଜମ୍ମୁ କଶ୍ମୀର ର ପ୍ରାୟ 60 ଟି ସ୍ଥାନକୁ ଗସ୍ତ କରିବେ । ସୂତ୍ର ଅନୁସାରେ ନୂଆଦିଲ୍ଲୀରେ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ବେଳେ ବିକାଶର ବାର୍ତ୍ତା ଦିଅନ୍ତୁ। ସେ ବିଭିନ୍ନ କେନ୍ଦ୍ରୀୟ ଯୋଜନାଗୁଡ଼ିକ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଛନ୍ତି, ସେମାନେ କେବଳ ସହରାଞ୍ଚଳ ଭିତରେ ସୀମିତ ନ ରହି, ଗ୍ରାମାଞ୍ଚଳକୁ ମଧ୍ୟ ଯାଆନ୍ତୁ । ଲୋକଙ୍କୁ ଦେଖା କରିବାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ ଜାନୁଆରୀ 18ରୁ 24 ଯାଏଁ 36 ଜଣ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଶାସିତ ରାଜ୍ୟ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିବେ । ଏଥିରେ 51ଟି ଗସ୍ତ ଜମ୍ମୁ ଓ 8ଟି ଗସ୍ତ ଶ୍ରୀନଗର ପାଇଁ ଅଛି ।

କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନି ରିୟାସି ଜିଲ୍ଲାର କଟରା ଓ ପନ୍ଥାଲ ଅଞ୍ଚଳକୁ ଗସ୍ତ କରିବେ । ସେ ଜାନୁଆରୀ ୧୯ରେ ଏହି ଗସ୍ତ କରିବେ । ସେହି ଦିନ ମନ୍ତ୍ରିମଣ୍ଡଳର ଅନ୍ୟତମ ସହଯୋଗୀ ତଥା ରେଳମନ୍ତ୍ରୀ ପୀୟୁଷ ଗୋୟଲ ଶ୍ରୀନଗର ଯିବେ । ଗୃହ ରାଷ୍ଟମନ୍ତ୍ରୀ କିଶନ ରେଡ୍ଡୀ ଜାନୁଆରୀ ୨୨ରେ ଗାନ୍ଦରବଳ ଓ ଜାନୁଆରୀ ୨୩ରେ ମଣିଗାଁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଜାନୁଆରୀ ୨୨ରେ ବାରାମୂଲା ଗସ୍ତ କରି ସୋପୋରରେ ପହଞ୍ଚି । ଜାନୁଆରୀ ୨୦ରେ ଭିକେ ସିଂହଙ୍କ ଉଦ୍ଦାମପୁର ଗସ୍ତ ହେବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top