X
Breaking News
ନ୍ୟୁଜ୍

ଆଉ ୩ ଦିନ ସିଝିବ ଅଧା ଓଡିଶା, ୧୭ ଜିଲ୍ଲାକୁ ହିଟ୍‌ୱେଭ୍ ଜାରି

WEATHER

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ହେଉଛି । ଗୁଳୁଗୁଳି ସାଙ୍ଗକୁ ତାତି ଅସହ୍ୟ ହେଉଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି  । ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ଆହୁରି 3 ଦିନ ଯାଏଁ ଅଧା ଓଡିଶା ଗ୍ରୀଷ୍ମ ତାତିରେ ସିଝିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ଟା ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷା ହେଉଥିବା ପରି ଅନୁଭୂତ ହୋଇଥିଲା । ଏମିତି କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଏହାସହ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା ରହିଛି ।

ସୂଚନାନୁସାରେ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ଭଦ୍ରକ ଆଦି ୧୭ଟି ଜିଲ୍ଲାରେ ଆଜିଠୁ ୩ ଦିନ ଯାଏଁ ହିଟ୍‌ୱେଭ୍ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top