ନ୍ୟୁଜ୍

ଚୋରୀ ଅଭିଯୋଗରେ ୪ ଅଟକ: ୧୫ କୁଇଣ୍ଟାଲ ଲୁହାଛଡ,୧୫ଟି ଲୁହା ପାଇପ ଜବତ

ବୋଲଗଡ : ବୋଲଗଡ ଥାନା ପୋଲିସ ଏକ ଚୋରୀ ଅଭିଯୋଗ ରେ ୪ ଜଣଙ୍କୁ ଅଟକ । ଏଥିସହିତ ଚୋରୀ ହୋଇଥିବା ସରଂଜାମ ମଧ୍ୟରୁ ୧୫ କୁଇଣ୍ଟାଲ ଲୁହାଛଡ,  ୧୫ଟି ଲୁହା ପାଇପ ଓ କିଛି ପଟା ଜବତ କରିଛି । ଏ ସଂକ୍ରାନ୍ତରେ ବୋଲଗଡ ପୋଲିସ ୧୧୧/୨୦ ଏକ ଚୋରୀ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି । ସୂଚନାଥାଉକି  ଅସରଳା ଗ୍ରାମର କୁଞ୍ଜବିହାରୀ ମଠ ନିକଟରେ ୨ଲକ୍ଷ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ  ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣଧୀନ ହେଉଥିଲା କିନ୍ତୁ  ନିର୍ମାଣ ପାଇଁ ରହିଥିବା ୯ ଲକ୍ଷ ଟଙ୍କାର ସରଂଜାମ ଚୋରୀ ହୋଇଥିବା ନେଇ  ନିର୍ମାଣ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଦିପ୍ତି ରଂଜନ ରାଉତ ଥାନାରେ ଅଭିଯୋଗ କରିଥିଲେ ।  ପୋଲିସ  ତଦନ୍ତ କରି  ୪ ଜଣଙ୍କୁ ଅଟକ ରଖିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top