ନ୍ୟୁଜ୍

ଡିଏସପିଙ୍କ ପରିବାରରୁ 4 କୋରୋନା ଆକ୍ରାନ୍ତ ଚିହ୍ନଟ !

corona

କଟକ: ଡିଏସପିଙ୍କ ପରିବାରରୁ 4 କୋରୋନା ଆକ୍ରାନ୍ତ ଚିହ୍ନଟ । କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ ଡିଏସପି କୋରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କ ପରିବାରର ଆଉ ୪ ଜଣ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ଟି କୋରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି । ଡିଏସପିଙ୍କ ପରିବାରର ୪ ସଦସ୍ୟଙ୍କ ସହ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଧ୍ୟ କୋରୋନା ପଜିଟିଭ ଭାବରେ ଚିହ୍ନଟ ହୋଇଛନ୍ତି । ଡିଏସପିଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ଏହି ୧୨୫ଟି ନମୁନା ମଧ୍ୟରୁ ୧୭ଟି କେସ୍ ପଜିଟିଭ ହୋଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top