ନ୍ୟୁଜ୍

ପୁଣି ବନ୍ଦ ହେଲା ହୀରାକୁଦ ଜଳଭଣ୍ତାର ୪ଟି ଗେଟ୍‌

HIRAKUD

ସମ୍ୱଲପୁର:  ପୁଣି ବନ୍ଦ ହେଲା ହୀରାକୁଦ ଜଳଭଣ୍ତାର ୪ଟି ଗେଟ । ଜଳଭଣ୍ତାର ଜଳସ୍ତର ୬୦୦ ଫୁଟରୁ ତଳକୁ ଖସିଲା । ଉପର ମୁଣ୍ତରେ ବର୍ଷା ଆଶଙ୍କା ନେଇ ଶନିବାର ୪ଟି ଗେଟ ଖୋଲା ଯାଇଥିଲା । ହେଲେ ବର୍ଷା ନହେବାରୁ ଜଳଭଣ୍ତାର ଜଳ ପ୍ରବେଶ କମିବା ସହ ଜଳସ୍ତର ହ୍ରାସ ପାଇଛି । ତେଵେ ମୋଟ ୭ଟି ଗେଟ ଖୋଲାଥିବାବେଳେ ଗତକାଲି ସକାଳେ ୨ଟି ଗେଟ ଓ ସନ୍ଧ୍ୟାରେ ୪ ଟି ଗେଟ ବନ୍ଦ କରାଯାଇଛି ।

ଯାହାକି ୬ ଟି ଗେଟ ବନ୍ଦ ହେବା ପରେ ବର୍ତ୍ତମାନ ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଏଭଳି ସ୍ଥିତିରେ ବର୍ତ୍ତମାନ ଜଳ ଭଣ୍ତାରର ଜଳସ୍ତର ୫୯୯ ଫୁଟ ରହିଛି । ତେଵେ ସେକେଣ୍ତ ପ୍ରତି ୩୧ ହଜାର ୭୪୨ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩୧ ହଜାର ୭୪୨ କ୍ୟୁସେକ ଜଳ ମଧ୍ୟ ଗୋଟିଏ ଗେଟ ଜଳ ନିଷ୍କାସନ ହେଇଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top