ଅପରାଧ

କନ୍ଧମାଳ: ପୋଲିସ ଗୁଳିରେ ଟଳିଲେ ୪ ମାଓବାଦୀ, ସର୍ଚ୍ଚ ଅପରେସନ ଜାରି

maoist

କନ୍ଧମାଳ: ପୋଲିସ ଗୁଳିରେ ଟଳିଲେ 4 ମାଓବାଦୀ । ଏସଓଜି ଓ ଡିବିଏଫର ମିଳିତ ଅପରେସନକୁ ମିଳିଛି ସଫଳତା । ଏଥିରେ 4 ମାଓବାଦୀ ନିହତ ହୋଇଛନ୍ତି ।  ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସିର୍ଲା ପଞ୍ଚାୟତର କେହାଲିଗୁଡ଼ା ସ୍ଥିତ କାଡୁଦଙ୍ଗା ଜଙ୍ଗଲରେ ଏସଓଜି, ଡିବିଏଫ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।   ଯବାନଙ୍କ ଗୁଳିର ସାମ୍ନା କରିବାକୁ ଅସମର୍ଥ ପ୍ରକାଶ କରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ତେବେ ଆଜି ସକାଳେ ସର୍ଚ୍ଚ ପରେ 4 ମାଓବାଦୀଙ୍କ ମୃତଦେହ ମିଳିଥିଲା ।

ସେମାନଙ୍କ ମଧ୍ୟରେ 3 ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି । 4 ମାଓବାଦୀଙ୍କ ମୃତଦେହ ମିଳିଥିବା ବେଳେ ଗତାକଲିର ଅପରେସନରେ କିଛି ହାର୍ଡକୋର୍‌ ମାଓବାଦୀ ନିହତ ହୋଇଥିବା ମଧ୍ୟ ସୂଚନା ମିଳିଛି । କିନ୍ତୁ ସେମାନଙ୍କ ମୃତଦେହ ମିଳିପାରିନି ।  4 ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା 26 ତାରିଖରୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ମାଓବାଦୀ ସଂଗଠନ କେକେବିଏନ ସହିଦ ସପ୍ତାହ ପାଳନ କରିବାକୁ ଯାଉଛି । ଏହି ଅବସରରେ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟାଇବାକୁ ମାଓ ସଂଗଠନ ଯୋଜନା କରୁଥିବା ବିଶିଷ ସୂତ୍ରରୁ ସୂଚନା ମିଳିଛି । ଏହି ସୂଚନା ପାଇବା ପରେ କନ୍ଧମାଳ ପୋଲିସ ଜିଲ୍ଲାରେ ଜୋରଦାର କୁମ୍ବିଂ ଅପରେସନ ଜାରି ରଖିଛି ।

 4 ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ବିସ୍ଫୋରକ ଜବତ କରିଥିଲା ପୋଲିସ । ହେଲେ ଶିବିରରେ ଥିବା କ୍ୟାଡର ମାଓବାଦୀ ଦାସୁଲୁ,  ଆକାଶ ପ୍ରମୁଖ ଫେରାର ହେବାରେ ସଫଳ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top