X
Breaking News
ନ୍ୟୁଜ୍

ରକ୍ଷକ ସାଜିଲା ଭକ୍ଷକ! ନାବାଳିକାକୁ ୪ ପୋଲିସ୍‌ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

rape

ଭୁବନେଶ୍ୱର: ଜାମସେଦପୁରରେ ଜଣେ ୧୫ ବର୍ଷର ନାବାଳିକାକୁ ୪ଜଣ ପୋଲିସ୍‌ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାକୁ ଝାରସୁଗୁଡ଼ା ଏବଂ ରାୟପୁରର ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ସଂପୃକ୍ତ ନାବାଳିକାଙ୍କୁ ଝାଡ଼ଖଣ୍ଡର ବାଗବେଡ଼ା ପୁଲିସ୍‌ ଉଦ୍ଧାର କରିଛି । ଏନେଇ ଜାମସେଦପୁର ଟୋଲକୋ ଥାନାରେ ଅଭିଯୋଗ ହୋଇଛି । ନାବାଳିକାର ଭିଣୋଇ ଦେହ ବ୍ୟବସାୟରେ ନାବାଳିକାକୁ ଲଗାଇଥିବା ଏବଂ ତାଙ୍କୁ ଜଣେ ମଧ୍ୟସ୍ଥି ଜରିଆରେ ଛତିଶଗଡ଼ର ରାୟପୁର ଓ ଝାରସୁଗୁଡ଼ା ଅଣାଯାଇଥିବା ନାବାଳିକା ଜଣକ ପୋଲିସ୍‌କୁ ବୟାନ୍ ଦେଇଛନ୍ତି ।

ରାୟପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ୮ ଦିନ ଧରି ଏକାଧିକ ଥର ଦୁଷ୍କର୍ମ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଟେଲକୋ ଥାନାରେ ଏତଲା ପରେ ଜାମସେଦପୁର ପୋଲିସ୍‌ ଏହି ଘଟଣାର ଛାନଭିନ୍ ଜାରି ରଖିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top