ଦେଶ

ଶିବସେନାକୁ ଝଟ୍‌କା, ବିଜେପିରେ ଶାମିଲ ହେଲେ ୪୦୦ ଶିବସୈନିକ

shivsena

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସର ସମର୍ଥନରେ ସରକାର ଗଠନ କରିଛି । ଏହି ଗଠବନ୍ଧନ ମହା ବିକାଶ ଅଘାଡି (ଏମବିଏ) ର ନାମ ଦିଆଯାଇଛି । ତେବେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ ଦଳର ନିଷ୍ପତିରେ ଖୁସି ନ ହୋଇ ପାଖାପାଖି 400 ଶିବସୈନିକ ବିଜେପିରେ ଶାମିଲ ହୋଇଇଛନ୍ତି । ଏହି ସମସ୍ତ ସଦସ୍ୟ ଧାରାବିର ଏକ କାର୍ଯ୍ୟକ୍ରମରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଶିବସେନାର କାର୍ଯ୍ୟକାରୀ ଅଧିକାରୀ ରହିଥିବା ରମେଶ ନାଦେଶନ କହିଛନ୍ତି, ଆମ ପାର୍ଟିର 400 ସମର୍ଥକ ବିଜେପିରେ ଶାମିଲ ହୋଇଛନ୍ତି, କାରଣ ସେମାନଙ୍କୁ ଅନୁଭବ ହେଲା ଯେ ଦଳ ତାଙ୍କୁ ପ୍ରତରାଣା କରି ଅଣହିନ୍ଦୁଙ୍କ ଦଳ ସହିତ ହାତ ମିଳାଇଛି । ସେଥିପାଇଁ ଏହି ସଦସ୍ୟମାନେ ଦଳ ପରିତ୍ୟାଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top