ନ୍ୟୁଜ୍

ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ, ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୦୮୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ସର୍ବାଧିକ ଯାଜପୁରରୁ ୯୮ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଗଞ୍ଜାମରୁ ୮୪, ସୁନ୍ଦରଗଡ଼ ୪୬, ଗଜପତି ୩୬, ଝାରସୁଗୁଡ଼ା ୩୦, କେନ୍ଦୁଝର ୧୭, ମାଲକାନଗିରି ୧୭, ଜଗତସିଂହପୁର ୧୭, ଖୋର୍ଦ୍ଧା ୧୨, ଅନୁଗୁଳ ୮, ସୁବର୍ଣ୍ଣପୁର ୭, ବରଗଡ଼ ୬, ସମ୍ବଲପୁର ୫, କେନ୍ଦ୍ରାପଡ଼ା ୫, ଢ଼େଙ୍କାନାଳ ୪, ଭଦ୍ରକ ଓ ବାଲେଶ୍ୱର ୩, କଟକ ୨ ଓ ପୁରୀରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଆଜି ରାଜ୍ୟରେ ଆଉ ୪୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨୨ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

 ଆଜି ୨୩ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୪୬, ଅନୁଗୁଳରୁ ୧, ବାଲେଶ୍ଵରରୁ ୨୧, ଭଦ୍ରକରୁ ୭, ବଲାଙ୍ଗିରରୁ ୩, ବୌଦ୍ଧରୁ ୨, କଟକରୁ ୩୮, ଜଗତସିଂହପୁରରୁ ୧, ଯାଜପୁରରୁ ୧୫, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୧୧, କେଉଁଝରରୁ ୧୦, ଖୋର୍ଦ୍ଧା ୬୪, କୋରାପୁଟରୁ ୪, ମାଲକାନାଗିରିରୁ ୪, ମୟୁରଭଞ୍ଜରୁ ୧୪, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୯, ପୁରୀରୁ ୭, ରାୟଗଡ଼ାରୁ ୧, ସମ୍ବଲପୁରରୁ ୪, ସୁନ୍ଦରଗଡ଼ରୁ ୧୦ ଜଣ ରହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top