ନ୍ୟୁଜ୍

ରାଜ୍ୟରୁ ଆଜି ସର୍ବାଧିକ ୪୧୨୧ କରୋନା ରୋଗୀ ସୁସ୍ଥ

ଅର୍ଗସ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତୀକର ଖବର। ରାଜ୍ୟରୁ ଆଜି ସର୍ବାଧିକ ୪୧୨୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହିକ୍ରମରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ସୂଚନାନୁଯାୟୀ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୨ ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୪୪୦, ପୁରୀ ଜିଲ୍ଲାରୁ ୨୭୫, ଯାଜପୁରରୁ ୨୭୨, ନୂଆପଡାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡ ଜିଲ୍ଲାରୁ ୧୮୧, ଢେଙ୍କାନାଳ ଜିଲ୍ଲାରୁ ୧୫୦, ମୟୂରଭଞ୍ଜ ଜିଲ୍ଲାରୁ ୧୨୬, ସୋନପୁରରୁ ୧୨୨, କୋରାପୁଟରୁ ୧୧୯, ବାଲେଶ୍ଵର ଓ ବଲାଙ୍ଗିରରୁ ୧୦୮ ଜଣ ଲେଖାଏଁ, ଗଞ୍ଜାମରୁ ୧୦୩, ଜଗତସିଂହପୁର ଜିଲ୍ଲାରୁ ୯୭, କେନ୍ଦୁଝରରୁ ୮୩, ବୌଦ୍ଧରୁ ୭୬, କେନ୍ଦ୍ରାପଡାରୁ ୭୫, କନ୍ଧମାଳରୁ ୬୯, ଝାରସୁଗୁଡାରୁ ୬୬, ସୁନ୍ଦରଗଡରୁ ୬୪, ଭଦ୍ରକରୁ ୬୨, ରାୟଗଡାରୁ ୬୧, ସମ୍ବଲପୁର ଜିଲ୍ଲାରୁ ୬୦, ନୟାଗଡରୁ ୫୬, କଳାହାଣ୍ଡିରୁ ୫୧, ଗଜପତିରୁ ୨୯, ଦେବଗଡରୁ ୨୪, ନବରଙ୍ଗପୁରରୁ ୨୪ ଓ ମାଲକାନଗିରିରୁ ୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୪୨୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୧ ଲକ୍ଷ ୬୨ ହଜାର ୯୨୦ରେ ପହଞ୍ଚିଛି। ସେହି ପରି ୧୧ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ଘଟିଛି। ଆଜିର ସୁସ୍ଥଙ୍କୁ ମିଶାଇଲେ ଏ ପର୍ଯ୍ୟନ୍ତ ସୁସ୍ଥ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯କୁ ବୃଦ୍ଧି ଘଟିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top