ନ୍ୟୁଜ୍

ସ୍ମିତାରାଣୀ ମୃତ୍ୟୁ ମାମଲା: କାନ୍ଧରେ କଳା ଗାମୁଛା ପକାଇ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ

assembly

ଭୁବନେଶ୍ୱର:  ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ବିଧାନସଭାରେ ମୁଖ୍ୟ ବିରୋଧୀ ବିଜେପି ବିଧାୟକଙ୍କ ଅଭିନବ ପ୍ରତିବାଦ ।  ଘଟଣାର ସିବିଆଇ ତଦନ୍ତ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ୩୦୨ ଦଫା ଲଗାଇବାକୁ ଦାବି କରିଛି ବିଜେପି ବିଧାୟକ ଦଳ । ଏହାସହ ସ୍ମିତାରାଣୀ ମୃତ୍ୟୁ ମାମଲାରେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିବା ସହ ଗୃହ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ । ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିବା ବିଜେପି ଆଜି ପ୍ରଶ୍ନକାଳରେ ପୁଣି ସ୍ମିତାରାଣୀ ପ୍ରସଙ୍ଗ ଉଠାଇଛି ।

ବାଚସ୍ପତି କାହିଁକି ନିରବ ରହିଛନ୍ତି । କାହିଁକି ସିବିଆଇକୁ ତଦନ୍ତ ପାଇଁ ଦିଆଯାଉନାହିଁ ? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ।  ଶେଷରେ ଗୃହରୁ ବାହାରି ଆସି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ । ଏପରିକି ଘଟଣା ଦିନ ସେଠାରେ ଉପସ୍ଥିତ ଥିବା ୨ ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଓ ରାମକୋ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଉ ନାହିଁ  ବୋଲି ବିଜେପି ପ୍ରଶ୍ନ କରିଥିବା ବେଳେ ରଙ୍ଗଶାଳାର ସିସିଟିଭି ଫୁଟେଜ୍ ସହ ସ୍ମିତାରାଣୀଙ୍କ କଲ ରେକର୍ଡ କଣ ପାଇଁ ଯାଞ୍ଚ କରାଯାଉ ନାହିଁ ବୋଲି ବିଜେପି ବିଧାୟକ ଦଳ ପ୍ରଶ୍ନ ଉଠାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top