ଦେଶ

ଚତୁର୍ଥ ଦୀର୍ଘତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ନୂଆ ରେକର୍ଡ ହାସଲ କରିଥିଲେ। ଜଣେ ଅଣ କଂଗ୍ରେସୀୟ ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀଙ୍କ ରେକର୍ଡ ଭାଙ୍ଗିଥିଲେ ମୋଦି। ତେବେ ଆଜି ଅଗଷ୍ଟ 15ରେ ସେ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ଭାରତ ଇତିହାସରେ ଚତୁର୍ଥ ଦୀର୍ଘତମ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତମ ଥର ପାଇଁ ଲାଲକିଲ୍ଲାରୁ ଧ୍ବଜା ଉତ୍ତୋଳନ କରିଛନ୍ତି।

ତେବେ ଲାଲକିଲ୍ଲାରୁ ସର୍ବାଧିକ ପତାକା ଉତ୍ତୋଳନ କରିବାର ରେକର୍ଡ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ରହିଛି। ଏହା ପରେ ଇନ୍ଦିରା ଗାନ୍ଧୀ ଦ୍ୱିତୀୟରେ ଅଛନ୍ତି ଏବଂ ମନମୋହନ ସିଂଙ୍କ ନାମ ଏହି ତୃତୀୟ ସ୍ଥାନରେ ରହିଛି। ପଣ୍ଡିତ ଜବାହାରଲାଲ ନେହେରୁ ଲଗାତାର 17 ଥର ଲାଲକିଲ୍ଲାରୁ ତ୍ରିରଙ୍ଗା ଉତ୍ତୋଳନ କରିଥିବାବେଳେ ଇନ୍ଦିରା ଗାନ୍ଧୀ 11 ଥର କରିଥିଲେ। ସେହିପରି ମନମୋହନ ସିଂ କ୍ରମାଗତ 10 ଥର ଏହି କାର୍ଯ୍ୟ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର 7 ମ ଥର ଏହି କାର୍ଯ୍ୟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top