ଅପରାଧ

ଭୁବନେଶ୍ୱରରୁ ୫ ବାଇକ୍‌ ଲୁଟେରା ଗିରଫ

Lootera

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟ୍‌ । ତେବେ ଗାଡ଼ି ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରି ଆଜି ଗୋଟିଏ ଗ୍ୟାଙ୍ଗର 5ଜଣ ଲୁଟେରାଙ୍କୁ କାବୁ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ସେମାନଙ୍କ ନିକଟରୁ 3ଟି ବାଇକ, ଗୋଟିଏ ସ୍କୁଟି, 5ଟି ମୋବାଇଲ ଫୋନ ଏବଂ ଗୋଟିଏ ସ୍କର୍ପିଓ ଗାଡ଼ି ଜବତ କରିଛି । ଗିରଫ ଲୁଟେରାମାନେ ଲେଟର୍ସ ଡ୍ରାଇଭ୍‌ ନାମକ ଏକ ଗାଡ଼ି ସୋରୁମରୁ ସ୍କର୍ପିଓକୁ ଭଡାରେ ଆଣିଥିଲେ । ପରେ ରାଜଧାନୀ ଉପକଣ୍ଠରେ ବାଇକ ଲୁଟ୍‌ କରିବାରେ ନିୟୋଜିତ କରୁଥିଲେ । ବାଇକ୍‌ ଲୁ୍ଟ‌ କରିବା ପରେ ଗାଡ଼ି ଗୁଡ଼ିକୁ ଅଧା ଦାମରେ ବିକ୍ରି କରୁଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top