ଦେଶ

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହରେ ୫ କାର୍ଯ୍ୟଦିବସ

ମୁମ୍ଵାଇ: ସରକାରୀ କର୍ମଚାରୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ଉପହାର । ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀଙ୍କୁ ସପ୍ତାହରେ ୨ ଦିନ ଛୁଟି ମିଳିବ । ଅର୍ଥାତ୍ ସରକାରୀ ଅଧିକାରୀଙ୍କୁ ୫ ଦିନ କାର୍ଯ୍ୟଦିବସ ଓ ୨ ଦିନ ଅବକାଶ ମିଳିବ । ମହାରାଷ୍ଟ୍ର କ୍ୟାବିନେଟ୍ ବୈଠକରେ ଆଜି ଏହାକୁ ମଞ୍ଜୁରୀ ମିଳିଛି । ଆସନ୍ତା ଫେବୃଆରୀ ୨୯ରୁ ଏହି ନିୟମ ଲାଗୁ ହେବ ।

ଏହାବ୍ୟତୀତ ମହାରାଷ୍ଟ୍ର ସରକାର କଲେଜ ଗୁଡ଼ିକରେ ରାଷ୍ଟ୍ରଗୀତ ବାଧ୍ୟତାମୂଳକ କରିଛନ୍ତି । ମହାରାଷ୍ଟ୍ରର ମନ୍ତ୍ରୀ ଉଦୟ ସାମନ୍ତ ଏନେଇ କହିଛନ୍ତି ଯେ, ଫେବୃଆରୀ ୧୯ରୁ କଲେଜରେ ରାଷ୍ଟ୍ରଗୀତ ନିୟମ ବାଧ୍ୟତାମୂଳକ କରାଯିବ।

ଏହା ପୂର୍ବରୁ ଠାକରେ ସରକାର ମହାରାଷ୍ଟ୍ରରେ ଅଣ ଆବାସିକ କ୍ଷେତ୍ରରେ ଥିବା ଦୋକାନ, ମଲ ଏବଂ ରେସ୍ତୋରାଁ ଗୁଡ଼ିକ ଜାନୁଆରୀ ୨୬ ଠାରୁ ୨୪ ଘଣ୍ଟା ଖୋଲା ରହିବ ବୋଲି ନିଷ୍ପତ୍ତି ନେଇଥିଲେ । କେବଳ ସେତିକି ନୁହେଁ ସରକାର ଗରିବଙ୍କୁ ୧୦ ଟଙ୍କାରେ ଖାଦ୍ୟ ଯୋଗାଇ ଦେବା ପାଇଁ ଯୋଜନା କରିଥିଲେ । ଶିବ ଭୋଜନ ନାମରେ ଏହି ଯୋଜନାକୁ ଜାନୁଆରୀ ୨୬ରୁ ଲାଗୁ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top