ନ୍ୟୁଜ୍

ଭିଡ଼ ଭିତରେ ଫଶିଲା ଆମ୍ବୁଲାନ୍ସ, ଚାଲିଗଲା ନିରୀହ ଶିଶୁପୁତ୍ରର ଜୀବନ

Ambulance in traffic

ଭୁବନେଶ୍ୱର: ଭୁବନେଶ୍ୱରରେ ବଡ଼ ଅଘଟଣ । ରାସ୍ତା ଜାମ୍‌ ନେଲା ନିରୀହ ଶିଶୁର ଜୀବନ । ଏଭଳି ସାଂଘାତି ଘଟଣା ଆଜି ସାମ୍ନାକୁ ଆସିଛି ଖୋଦ୍‌ ରାଜ୍ୟର ରାଜଧାନୀରୁ । କଟକ ଏସ୍‌ସିବିରୁ ଶିଶୁଟିକୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପରିବାର ଲୋକ ଆଣୁଥିବା ବେଳେ ଆମ୍ବୁଲାନ୍ସଟି ଭିଡ଼ ଭିତରେ ଫଶିଯାଇଥିଲା । ଆଉ ଭିଡ଼ ଭିତରୁ ବାହାରିବାକୁ ଦୀର୍ଘ ସମୟ ଲାଗିଥିଲା । ଫଳରେ ନିରୀହ ନିଷ୍ପାପ ଶିଶୁର ଜୀବନ ଚାଲିଯାଇଛି ।

ପଟିଆ-ଜୟଦେବ ବିହାର ରାସ୍ତାରେ ଭିଡ଼ ଥିବାରୁ ଆମ୍ବୁଲାନ୍ସ ସଠିକ୍‌ ସମୟ ମଧ୍ୟରେ ହସ୍ପିଟାଲରେ ପହଞ୍ଚିପାରିନଥିଲା । ଶିଶୁ ପୁତ୍ରଟିର ବୟସ 5 ବର୍ଷ ବୋଲି ଜଣାପଡ଼ିଛି । ଶିଶୁଟିର ପ୍ରବଳ ବାନ୍ତି ହେଉଥିବାରୁ ତାକୁ ମେଡିକାଲକୁ ନେଉଥିଲେ ପରିବାର ଲୋକ । ହେଲେ ଦୁର୍ଭାଗ୍ୟବସତଃ ଆମ୍ବୁଲାନ୍ସଟି ଭିଡ଼ ଭିତରେ ଫଶିବାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top