ଦେଶ

ଡିସେମ୍ବର ଆଡ଼କୁ ଦେଶରେ ୫୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇପାରନ୍ତି: NIMHANS ନ୍ୟୁରୋଲୋଜି ମୁଖ୍ୟ

covid-19

ଅର୍ଗସ ବ୍ୟୁରୋ:   ଆଉ କିଛି ଦିନ ପରେ ସରିବ ଲକଡାଉନ ୪.୦ । ଏହାପରେ ଆଉ ଦେଶରେ କରୋନା ମୁକାବିଲା ପାଇଁ ଲକଡାଉନ 5 .0 ହେବ ନା ନାହିଁ ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଇତିମଧ୍ୟରେ ରାଜ୍ୟ ତଥା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯେପର୍ଯ୍ୟନ୍ତ କରୋନାକୁ ରୋକିବା ପାଇଁ କୌଣସି ଭ୍ୟାକସିନ ନବାହାରିଛି ସେପର୍ଯ୍ୟନ୍ତ ଲକଡାଉନ ହିଁ ଏକମାତ୍ର ମାଧ୍ୟମ କରୋନା ମୁକାବିଲା ପାଇଁ । ତେବେ  ମହାମାରୀ କରୋନା ପାଇଁ ସାରା ବିଶ୍ୱ ଏବେ ସଙ୍କଟ ଦେଇ ଗତି କରୁଛି । କରୋନାକୁ ରୋକିବା ପାଇଁ ଆମ ଦେଶ ଓ ରାଜ୍ୟରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାସତ୍ତ୍ଵେ ମଧ୍ୟ ଏହି କରୋନା ପ୍ରଭାବ ବଢ଼ିଚାଲିଛି ।

National institute of mental health and neuro sciences ର ଜଣେ ଡାକ୍ତର ଓ health task forceର ଜଣେ ନୋଡାଲ ଅଫିସରଙ୍କ କହିବା ମୁତାବକ , ଏବେ ଯାଏଁ ଭାରତ କରୋନା ଭାଇରସର ଭୟଙ୍କର ରୂପ ଦେଖିନାହିଁ । ଲକ୍ ଡାଉନ୍ ୪.୦ ଶେଷ ହେବା ପରେ ଅର୍ଥାତ୍ ଜୁନ୍ ମାସରୁ ଭାରତରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଛି । ଯାହା ପ୍ରଭାବରେ ଡିସେମ୍ବର ଆଡ଼କୁ ଦେଶରେ ୫୦ ପ୍ରତିଶତ ଲୋକ କରୋନା ସଂକ୍ରମଣ ର ଶିକାର ହେବେ। ସେଥିରୁ ୯୦ ପ୍ରତିଶତ ଅଧିକ ସଂକ୍ରମିତ ଥିବା ଜଣାପଡିବ ନାହିଁ । ତେଣୁ କରୋନା ମୁକାବିଲା ପାଇଁ ସଚେତନତା ନିହାତି ଆବଶ୍ୟକ ହୋଇପଡୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top