ରାଜ୍ୟ

ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ramnath kovind

 ଭୁବନେଶ୍ୱର: ଆସନ୍ତା ଡିସେମ୍ବର 7ତାରିଖରେ ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ  ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସୁରକ୍ଷା ପାଇଁ ଆଜି ଡିଜି କ୍ୟାମ୍ପ ଅଫିସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ତରୀଣ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ କମିଶନର, ଭୁବନେଶ୍ବର ଡିସିପି, ରେଳବାଇ ଏଡିଜି, ଖୋର୍ଦ୍ଧା ଏସପି, ପୋଲିସ ମୁଖ୍ୟାଳୟ ଏଡିଜି, ଆଇନ ସୃଙ୍ଖଳା ଏଡିଜି ଆରପି କୋଚ୍ଚେ, ଗୁଇନ୍ଦା ଆଇଜି ଆରକେ ଶର୍ମା ଓ ଏୟାରପୋର୍ଟ ନିର୍ଦ୍ଧେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଆଖି ଆଗରେ ରଖି 50 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡିସେମ୍ବର 7ତାରିଖ ସନ୍ଧ୍ୟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ତାପର ଦିନ ଅର୍ଥାତ ଡିସେମ୍ବର 8ତାରିଖରେ ରାଜଭବନରୁ ବାହାରି ଦିନ 10ଟା ସମୟରେ ଖୋର୍ଦ୍ଧା ବରୁଣେଇ ପାଇକ ମେମୋରିଆାଲ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେଠାରୁ ବାହାରି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବ୍‌ଲି କାର୍ଯ୍ୟକ୍ରମରେ ଯୋଗଦେବେ । ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମ ସାରି ରାଜଭବନକୁ ପୁଣି ଫେରିଆସିବେ  । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ପୁଣି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top